ରାସ୍ତା ପାରି ହେବା ବେଳେ ଶିଶୁପୁତ୍ରକୁ ଧକ୍କା ଦେଲା ବାଇକ୍। ୪ବର୍ଷର ଶିଶୁପୁତ୍ର ଉପରେ ଛାଡ଼ିଗଲା ବାଇକ୍। ପରିବାର ସହ ଚେକ୍ ଅପ୍ ପାଇଁ ଆସିଥିଲେ କ୍ଲିନିକ୍। ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ରାସ୍ତା ପାରି ହେବା ବେଳେ ହାତ ଛାଡ଼ି ଦେଇଥିଲେ ମାଆ। ଶିଶୁପୁତ୍ର ଟି ଗୁରୁତର ଅବସ୍ଥାରେ ଘରୋଇ ମେଡିକାଲରେ ଭର୍ତ୍ତି। ସେପଟେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାଇକ ଚାଳକଙ୍କୁ ଅଟକ ରଖିଛି ପୋଲିସ । ଅପରପକ୍ଷେ ଦୁର୍ଘଟଣା ବେଳର ଭିଡିଓ ସିସିଟିଭିରେ ଯାଞ୍ଚ କରିବା ପରେ ଘଟନାର ତଦନ୍ତ କରିଛି ପୋଲିସ ।