ଧାନଖଳାରେ ନିଆଁ

(ମୃତ୍ୟୁଞ୍ଜୟ ଭୋଈ/ରିପୋଟରର୍ସ ଟୁଡ଼େ) : ଗତକାଲି ବିଳମ୍ବିତ ରାତିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ କେହି ଦୁର୍ବୃତ୍ତ ଗ୍ରାମର ଦୁଇଜଣ ଚାଷୀଙ୍କ ଧାନଖଳାରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଗ୍ରାମର ଅମର ଭୁଏ ଏବଂ ଅମର ବାଗଙ୍କ ୫ଏକର ଜମିରୁ ଅମଳ ହୋଇଥିବା ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଶୁକ୍ରବାର ସକାଳେ ବରଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଉପରୋକ୍ତ ଦୁଇ ଚାଷୀ ଧାନ କାଟିବା ପରେ ତାକୁ ଗଦା ମାଡ଼ିବା ପାଇଁ ଖଳାରେ ଗଦା କରି ରଖିଥିଲେ। ମାତ୍ର ଏହା ପୂର୍ବରୁ ଦୁର୍ବୃତ୍ତମାନେ ସେଥିରେ ନିଆଁ ଲଗାଇ ଦେଇଛନ୍ତି।