(ମମତା ସାମଲ)ରିପୋର୍ଟସଟୁଡେ: ମହାକାଶକୁ ନେଇ ସାଧାରଣ ଲୋକଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଦେବୁ, ଯାହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ମହାକାଶରେ ଏକ ହୋଟେଲ ତିଆରି କରିବାକୁ ଯାଉଛି । କିନ୍ତୁ ଏହି ହୋଟେଲଟି ମଣିଷ ମାନଙ୍କ ପାଇଁ ନୁହେଁ ବରଂ ରୋବର୍ଟ ମାନଙ୍କ ପାଇଁ ରହିବ ।
ମହାକାଶ ମିଶନରେ ଯାଉଥିବା ରୋବର୍ଟ ଗୁଡିକୁ ସେଠାରେ ରହିବା ପାଇଁ ଉପଯୁକ୍ତ ଜାଗାର ଆବଶ୍ୟକତା ପଡିଥାଏ । ଆଉ ଏହାକୁ ନଜରରେ ରଖି ନାସା ରୋବଟିକ୍ ଟୁଲ୍ ଷ୍ଟାଜ୍ ନିଜର ଆଗାମୀ ଲଂଚ ସହ ଅନ୍ତରାଷ୍ଟ୍ରୀୟ ରୋବୋର୍ଟ ଷ୍ଟେସନର ବାହାରେ ଏକ ରୋବୋର୍ଟ ହୋଟେଲ ତିଆରି କରିବ । ୧୯ତମ ସ୍ପେଶ ଏକ୍ସ କମର୍ସିଆଲ ଲଂଚିଙ୍ଗରେ ଏହି ହୋଟେଲକୁ ସ୍ଥାପିତ କରିବା ପାଇଁ ପ୍ରସ୍ତୁତି ଚାଲିଛି ।
ଏହି ହୋଟେଲରେ ସ୍ପେକ୍ଟ୍ରୋମିଟର ସହ ଆଉଟଫିଟ୍ ରହିବ, ଯାହାକି ଆମୋନିଆ ଭଳି ଗ୍ୟାସର ଉପସ୍ଥିତିକୁ ଜାଣିବାରେ ସକ୍ଷମ । ତେବେ ଏହି ରୋବୋର୍ଟ ଉପକରଣର ଉପଯୋଗ, ଷ୍ଟେସନରେ କୌଣସି ପ୍ରକାର ଲିକ୍ ର ସମ୍ଭବନାକୁ ଜାଣିବା ପାଇଁ କରାଯାଇଥାଏ । ତେବେ ମହାକାଶରେ ନାସାର ଏଭଳି ଉଦ୍ୟମ କେବେ ସଫଳ ହେଉଛି, ଏବେ ତାକୁ ହିଁ ଅପେକ୍ଷା ।