ଦଳରୁ ବିଦାହେଲେ ଦାମ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଦଳ ବିରୋଧୀ ମନ୍ତବ୍ୟ ଦେଇ ଦଳରୁ ବିଦା ହୋଇଛନ୍ତି ପାରାଦୀପ ବିଜେଡି ବିଧାୟକ ତଥା ବିଜେଡି ତୁଣ୍ଡ ଡ଼ା. ଦାମୋଦର ରାଉତ । ନିକଟରେ ତାଙ୍କ ସରକାର ଚାରା ଦୁର୍ନୀତି , ଓମଫେଡ ସ୍କାମ , ସମବାୟ ଦୁର୍ନୀତିରେ ଲିପ୍ତ ହୋଇଥିବା ସାଙ୍ଘାତିକ ଅଭିଯୋଗ କରିଥିଲେ ସେ । ସେଥିପାଇଁ ବିଜେଡିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ସେହିପରି ଗତକାଲି ଜଣେ ଅଫିସର , ଅରୁଣ ସାହୁ , ବବି ଦାସ ଓ ଦେବାଶିଷ ସାମନ୍ତରାୟ ବିଜୁ ଜନତା ଦଳକୁ ଚଳାଉଥିବା କହି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ଦାମ । ଦାମ ବାବୁଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିବାପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଆଜି ତାଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରିଥିବା ଏକ ପ୍ରେସ ବିବୃତିରେ ବିଜେଡି ସମ୍ପାଦକ ବିଜୟ ନାୟକ ପ୍ରକାଶ କରିଛନ୍ତି ।