କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଦୋହରାଇଲେ ନବୀନ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରଶାଦଙ୍କୁ ଆଜି ପୁଣି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏହି ଚିଠିରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଉଲେଖ କରିଛନ୍ତି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ବିଭିନ୍ନ ସମୟରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଛି ଏବଂ ଏହି ଦାବିକୁ ଯଥାର୍ଥ ବୋଲି ଦର୍ଶାଇ ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ର ମନ୍ତ୍ରୀଙ୍କ ଚିଠି ଲେଖିଥିଲେ । ଚିଠିରେ ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ ଲେଖିଛନ୍ତି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ହେଲେ ଏଯାଏ ଆବଶ୍ୟକ କାର୍ୟ୍ୟକ୍ରମ ନିଆଯାଇ ନାହିଁ । ଏଣୁ ଯଥାଶୀଘ୍ର ଏବାବଦରେ ପଦକ୍ଷେପ ନେବାକୁ ସେ ଚିଠି ମାଧ୍ୟମରେ ଦାବି କରିଛନ୍ତି ।