ରାତି ପାହିଲେ ବିଶ୍ୱକର୍ମାଙ୍କ ପୂଜା , ସଜେଇ ହୋଇଛି ପାରାଦ୍ୱୀପ ନଗରୀ

(ପ୍ରଶାନ୍ତ କୁମାର ସ୍ୱାଇଁ / ପାରାଦ୍ୱୀପ ): ରାତି ପାହିଲେ ବିଶ୍ୱକର୍ମା ପୂଜା । ଦିର୍ଘ ୪୫ ବର୍ଷ ଧରି ଆୟୋଜିତ ହେଉଥିବା ଦେବଶିଳ୍ପୀ ବିଶ୍ୱକର୍ମା ଙ୍କ ପୁଜା ଉତ୍ସବ ପାଳନ ନେଇ ବନ୍ଦର ନଗରୀ ପାରାଦିପ ଏବେ ଖୁବ୍ ଚଲଚଂଚଳ ହୋଇ ଉଠିଛି । ସାତ ଦିନ ଧରି ଚାଲିବାକୁ ପୁଜା ନିମନ୍ତେ ପ୍ରାୟ ମାସ ଆଗରୁ ହୋଇଥିବା ପ୍ରସ୍ତୁତି ବର୍ତମାନ ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଲାଣୀ । ପାରାଦିପର ବିଭିନ୍ନ ଟ୍ରକ ମାକିକ ସଂଘ, ଶିଳ୍ପାନୁଷ୍ଠାନ ଶ୍ରମିକ ସଂଗଠନ ଓ ବନ୍ଦରର ବିଭିନ୍ନ ବିଭାଗ ନିଜନିଜ ତୋରଣ ଓ ମୁର୍ତି ତିଆରିକରି ପ୍ରତିଯୋଗୀତା ମୁଳକ ଅଶଂଗ୍ରହଣ କରୁଥିବାରୁ ଏହା ବେଶ୍ ଆକର୍ଷଣ ହୋଇ ଉଠିଛି । ପ୍ରତି ବର୍ଷପରି ଏ ବର୍ଷ ମଧ୍ୟ ଲକ୍ଷାଧିକ ଜନ ସମାଗମ ହେବବୋଲି ଆଶା କରାଯାଉଛି । ଆୟୋଜକ ମାନଙ୍କ ବ୍ୟୟବରାଦ , କାରିଗର ମାନଙ୍କ କାରୁକାର୍ଯ୍ୟ ଓ ଶିଳ୍ପୀ ମାନଙ୍କର ହାତର ସ୍ପର୍ଷ ଏହି ପୁଜା ଉତ୍ସବକୁ ଏକ ଭିନ୍ନ୍ ମନୋରାମ ପରିବେଷରେ ଗଢିତୋଳିଛି । ବାହାର ସାଜସଜାରେ ଅଳ୍ପ କିଛି କାମ ବାକି ଥିବାବେଳେ ଭିତର ସାଜସଜା ମଧ୍ୟ ସରି ଆସିଲାଣି । ତାଛଡା ମୃତି କାରିଗର ମାନେ ସେମାନଙ୍କ ତିଆରି କରିଥିନା ମୁର୍ତିରେ ଶେଷ ସ୍ପର୍ଷ ଦେବା ଆରମ୍ଭ କଲେଣି । ଏବର୍ଷର ପ୍ରତିଯୋଗୀତାରେ ମଧ୍ୟ ଶ୍ରେଷ୍ଠ ସ୍ଥାନରେ ପହଂଚିବାକୁ ଆୟୋଜକମାନେ ଆଶା ବାନ୍ଧିଛିନ୍ତି ।
ଏଥର ପୂଜାରେ ୯ ପ୍ଲାଟୁନ ପୋଲିସ ଫୋର୍ସ ,୩୦ରୁ ଅଧିକ ଅଫିସର, କନଟ୍ରୋଲ ରୁମ୍ , ସିସିଟିଭ କ୍ୟାମେରା ,ପ୍ରତି ମଣ୍ଡପ ଓ ମେଲୋଡି କାର୍ଯ୍ୟକ୍ରମ ସ୍ଥାନରେ ପୋଲିସ ମୁତୟନ ଓ ମଦୁଆମାନଙ୍କୁ ସାବାଡ କରିବା ପାଇଁ ମଦୁଆ ବୁହା ଗାଡିର ବ୍ୟବସ୍ଥା କରାଯାଇଛି, ସେହିପରି ପୌରପ୍ରଶାସନ ପକ୍ଷରୁ ପରିମଳ , ସ୍ୱାସ୍ଥ୍ୟ , ପିଇବାପାଣି ସହିତ ସୁଚନା କେନ୍ଦ୍ର ପ୍ରଭୁତି ସବୁପ୍ରକାର ବ୍ୟବସ୍ଥା କରାଯାଇଛି, ଚଳିତ ବର୍ଷ ମଧ୍ୟ ବାହାର , ଭିତର ଓ ଅଲୋକ ସାଜସଜାରେ ଭଲ କରିଥିବା ଅୟୋଜକ ସଂସ୍ଥାକୁ ପାରାଦ୍ୱୀପ ପୈାରପାଳିକା ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ ବୋଲି ପୈାରାଧକ୍ଷ କହିଛନ୍ତି ।