( ଜଗନ୍ନାଥ ଅଗ୍ରୱାଲ ) : ବାରମ୍ବାର ଏଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି ଅନୁଗୋଳ ଅଚଂଳ ରେ, ଆଜି ସକାଳେ ମାମୁରିଆ ନୁଆ ସାହିର ଝୁନା ଭୁତିଆ ତାଙ୍କ ଘରେ ରଖା ଯାଇଥିବା ତେଲ ପ୍ଲେଟ ଆଣିବା ସମୟରେ ଏକ ଚିତି ସାପ ଡାହାଣହାତର ଆଙ୍ଗୁଠି କୁ କାମୁଡି ଦେଇଥିଲା ତାଙ୍କୁ ତୁରନ୍ତ ଛେଣ୍ତିପଦା ମେଡିକାଲରେ ଭର୍ତି କରାଜାଇଥିଲା । କିନ୍ତୁ ମେଡିକାଲ ଚିକିତ୍ସା ପରେ ପରିବାର ଲୋକ ଛେଣ୍ତିପଦାର ଚାରିବାଟରେ ରହୁଥିବା ଜଣେ ଗୁଣିଆ କୁ ଡାକି ମେଡିକାଲ ପରିସରରେ ଅଟ ଭିତରେ ଝଡାଫୁକା କରିଥିଲେ, ଜେଉଁଭଳି ଛେଣ୍ତିପଦା ମେଡିକାଲରେ ଡାକ୍ତର ଅଭାବ ଓ ଚିକିତ୍ସାରୁ ବଞ୍ଚିତ ହେଉଥିବା ଅଞ୍ଚଳବାସୀ, ଏବେ ଡକ୍ତରୀ ଚିକିତ୍ସାଉପରୁ ଧିରେ ଧିରେ ବିଶ୍ୱାସ ଉଠିଇଦେଲେଣି ସେପଟେ ଏହା ଏକ ନିନ୍ଦନିୟ ଘଟଣାବୋଲି ବୁଦ୍ଧିଜିବି ମହଲରେ ଚର୍ଚା କରାଯାଉଛି ।