ବୋଲଗଡରେ ଶିଳ୍ପଦ୍ୟୋଗୀ ଉନ୍ନତି ପାଇଁ ତାଲିମ କର୍ମଶାଳା ଅନୁଷ୍ଠିତ

(ସୁରେଶ କୁମାର ସାମନ୍ତରାୟ ) : ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ମାର୍ଗଦର୍ଶନ, ସଚେତନତା ତଥା ଶିଲ୍ପଦ୍ୟୋଗ ଉନ୍ନତି ପାଇଁ ଏକ ତାଲିମ କର୍ମଶାଳା ବାଙ୍କୋଇ ସ୍ଥିତ ସାଧନା ଶିଳ୍ପତାଲିମ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଛି । ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଏହି କାର୍ଯ୍ୟକ୍ରମ ସରକାରଙ୍କ ପକ୍ଷରୁ କରାଯାଇଥିଲାବେଳେ ଭୂବନେଶ୍ୱରରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସହାୟତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା ସରକାରଙ୍କ ସୁବିଧା ସୁଯୋଗ ଗୁଡିକ ବିଷୟରେ ସଚେତନତା କରାଯାଇଛି । ସେହିପରି ଶିଳ୍ପଦ୍ୟୋଗୀ ମାନଙ୍କର କିପରି ଉନ୍ନତି ସମ୍ବନ୍ଧରେ କୌଶଳ ଅଭିବୃଦ୍ଧି ତାଲିମ ପ୍ରଦାନ କରାଯାଇଥିଲା । ଏଥିପାଇଁ ହେବାକୁ ଥିବା ତାଲିମ ଶିବୀର ପାଇଁ ପ୍ରାର୍ଥୀର ଚୟନ କରାଯିବ ବୋଲି ଉପସ୍ଥତ ବିଭାଗୀୟ ଅଧିକାରୀ ଭୂବନେଶ୍ୱରସ୍ଥିତ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରର ଆସିଷ୍ଟାଣ୍ଡ ମ୍ୟାନେଜର କନ୍ଧିଆ ବେହେରା ସୂଚନା ଦେଇଥିଲେ । ଅନୁଷ୍ଠାନ କର୍ମଶାଳାରେ ଆଇପିଓ ପ୍ରେମାନନ୍ଦ ନାଥ, ସାଧନା ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ସୁର୍ଯ୍ୟକାନ୍ତ ବିଶ୍ୱାଳ, କାର୍ଯ୍ୟକ୍ରମ ସଂଯୋଜକ ପବିତ୍ର ମୋହନ ହରିଚନ୍ଦନ, ଜିତେନ୍ଦ୍ର ସାହୁ ପ୍ରମୁଖ ଶିଳ୍ପୋଦ୍ୟୋଗୀ ମାନେ ଏବଂ ବୋଲଗଡ ବିଡିଓ ମଧୁସୁଦନ ବେହେରା ଅଣୁକ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କିପରି କରିପାରିବେ ତାହାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ ।