ଇତିହାସ ରଚିଲେ ନୋଭାକ ଜୋକୋଭିକ୍

(ୟୁଏସଏ) : ସର୍ବିଆର ଟେନିସ ତାରକା ନୋଭାକ ଜୋକୋଭିକ ସିନସିନାଟି ଓପନର ଟ୍ରଫି ନିଜ ନାମରେ କରିଛନ୍ତି । ଏହା ସହିତ ସେ ଇତିହାସ ରଚିଛନ୍ତି । ସେ ଟ୍ୱିଟ କରି ନିଜର ଖୁସି ଜାହିର କରି କହିଛନ୍ତି, ‘ ସ୍ୱପ୍ନ ସତ ହୋଇଗଲା’ । ଜୋକୋଭିକ ୧୯୯୦ ମସିହା ପରେ ସମସ୍ତ ନଅ ମାଷ୍ଟର୍ସ-୧୦୦୦ ଟୁର୍ଣ୍ଣାମେଣ୍ଟ ଟ୍ରଫି ଜିତିବାର ପ୍ରଥମ ଟେନିସ ଖେଳାଳି ହୋଇଯାଇଛନ୍ତି । ବିଶ୍ୱର ୧୦ ନମ୍ବର ସ୍ଥାନରେ ଥିବା ଜୋକଭିକ ପୁରୁଷ ଏକକ ବର୍ଗର ଫାଇନାଲରେ ସ୍ୱିଜରଲ୍ୟାଣ୍ଡ ବା ବିଶ୍ୱର ଦୁଇନମ୍ବର ଖେଳାଳି ରୋଜର ଫେଡରର ଙ୍କୁ ୬-୪, ୬-୪ ସେଟରେ ସିଧାସଳଖ ପରାସ୍ତ କରିଛନ୍ତି । ଫେଡରର ଏଠାରେ ୭ ଥର ଚମ୍ପିଆନ ହୋଇଛନ୍ତି ଏବଂ ପ୍ରଥମ ଥର ସେ ଫାଇନାଲରେ ଫରାସ୍ତ ହୋଇଛନ୍ତି । ଏହା ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ଫେଡରରଙ୍କ ଠାରୁ ଜେେକୋଭିକ ତିନିଥର ପରାସ୍ତ ହୋଇଛନ୍ତି । ଏଥିପାଇଁ ଏହା ଜୋକୋଭିକଙ୍କ ପାଇଁ ଫେଡରରଙ୍କ ବିପକ୍ଷରେ ବଡ ସଫଳତା ଅଟେ । ଫେଡରରଙ୍କ ବିପକ୍ଷରେ ଗ୍ରାଣ୍ଡ ସ୍ଲାମ୍ ଫାଇନାଲରେ ତାଙ୍କର ରେକଡ ୩-୧ ହୋଇଛି । ଓଭରଅଲ ଚମ୍ପିଆନଶିପ୍ ମ୍ୟାଚରେ ୧୨-୬ ରହିଛି, ଯେଉଁଥିରେ ୨୦୧୫ ୱିମ୍ବଲଣ୍ଡନ ଏବଂ ଆମେରିକା ଓପନ ରହିଛି ।