ପଶ୍ଚିମ ଓଡିଶା ପରିଷଦ ଅଧ୍ୟକ୍ଷ ପଦରୁ ବାଦ ପଡିବେ ଅନୁପ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ଅନେକଙ୍କ ଟିକଟ କାଟିଥିବା ବେଳେ ଅଭ୍ୟନ୍ତରୀଣ କନ୍ଦଳକୁ ଏଡାଇବା ପାଇଁ ଅସନ୍ତୁଷ୍ଟମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଥଇଥାନ ପ୍ରକ୍ରିୟା ଚାଲିଛି । କେତେକଙ୍କୁ ଥଇଥାନ କରାଯାଇଥିବା ବେଳେ ଆଉ କେତେକଙ୍କୁ ଏହି ପ୍ରକ୍ରିୟାରେ ପାଇପ ଲାଇନରେ ରଖାଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ବ୍ରଜରାଜନଗର ବିଧାନସଭା ଟିକେଟରୁ ବଞ୍ôଚତ ହୋଇଥିବା ଅନୁପ ସାୟ ।
ଆଗରୁ ଚର୍ଚ୍ଚା ହେଉଥିôଲା ଟିକେଟରୁ ବାଦ ପଡିବା ପରେ ଅନୁପ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରେ ଆସିନ୍ନ ହେବେ । କିନ୍ତୁ ସବୁ ଚର୍ଚ୍ଚାକୁ ଭୁଲ ପ୍ରମାଣିତ ହୋଇଛି । ଏକ ଭିତିରି ଖବରରୁ ଜଣାପଡିଛି କି, ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପଶ୍ଚିମ ଓଡିଶା ପରିଷଦର ଅଧ୍ୟକ୍ଷ ପଦ ଦିଆଯାଇପାରେ । ତୃତୀୟ ମହଲାର ହସ୍ତକ୍ଷେପ ପରେ ଏପରି ପରିବର୍ତ୍ତନ ହୋଇଛି । ତେବେ ଅନୁପଙ୍କୁ ସମ୍ପୂର୍ଣ୍ଣ ରୂପେ କଡ କରାଯାଇନାହିଁ । ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପରିଷଦର ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବାକୁ ଥିôବା ବେଳେ ଅନୁପଙ୍କୁ ସେଥିରେ କେଉଁଠି ଥଇଥାନ କରାଯାଇ ପାରେ ବୋଲି ଆଲୋଚନା ହେଉଛି ।
ସୂଚନା ଯୋଗ୍ୟ, ୨୦୧୪ରେ କଂଗ୍ରେସ ଛାଡି ଅନୁପ ବିଜେଡିରେ ମିଶିଥିଲେ । ତାଙ୍କୁ ବ୍ରଜରାଜ ନଗରରୁ ପ୍ରାର୍ଥୀ କରାଯାଇଥିଲା । କିନ୍ତୁ ବିଜେପିର ରାଧାରାଣୀ ପଣ୍ଡା ତାଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲେ । ଚଳିତ ଥର ବ୍ରଜରାଜନଗରରୁ କିଶୋର ମହାନ୍ତିଙ୍କୁ ଟିକେଟ ଦିଆଯାଇଥିବାରୁ ଅନୁପ ଟିକେଟ ଦୌଡରୁ ବାଦ ପଡିଯାଇଥିଲେ । କିନ୍ତୁ ତାଙ୍କ ଦଳରେ କୌଣସି ଏକ ପ୍ରମୁଖ ଦାୟିତ୍ୱ ଦିଆଯିବ ବୋଲି ଆଶା ଦିଆଯାଇଥିଲା ।