(ଟୁକୁନା ଖରା)ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଭିତର ସାହିରେ ଏକ ଗାତ ଭିତରୁ ମା ସହ ୧୮ଟି ନାଗ ସାପ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଭିତର ସାହିର ଶୈଳବାଳା ପଟ୍ଟନାୟକ ଙ୍କ ଘର ବାରି ପଟେ ସାପ ଥିବା ଶୈଳବାଳାଙ୍କ ପୁଅ ସନ୍ଦେହ କରିଥିଲେ।ପରେ ପରିବାର ଲୋକ ସାପ ବାହାରିବା ଦେଖି ଗ୍ରାମବାସୀ ଏବଂ ସାପ ଧରାଳି ଙ୍କ ସହାୟତା ରେ ଗାତ ଭିତରୁ ମା ସହ ୧୮ଟି ନାଗ ସାପ ଉଦ୍ଧାର କରିଛନ୍ତି। ତେବେ ଉଦ୍ଧାର ସମୟରେ ଗୋଟିଏ ସାପ ଛୁଆର ମୃତ୍ୟୁ ହୋଇଛି। ଅନ୍ୟ ସମସ୍ତ ସାପଗୁଡ଼ିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏତେ ସଂଖ୍ୟକ ନାଗ ସାପ ବାହାରିଥିବା ଦେଖି ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।