(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଉତ୍ତରାଖଣ୍ଡକୁ ଭାରତରେ ଦେବତାଙ୍କ ପୃଷ୍ଠଭୂମି ବୋଲି କୁହାଯାଏ । ଏହି ଭୟଙ୍କର ଶିବଲିଙ୍ଗ ଉତ୍ତରାଖଣ୍ଡରେ ରହିଛି । ଉତ୍ତରାଖଣ୍ଡ ଚମ୍ପାବତ ଜିଲ୍ଲାର ହଥୀଆ ନୌଲାରେ ଏହି ଶିବଲିଙ୍ଗ ରହିଛି । ଏହି ଶିବଲିଙ୍ଗକୁ କାହିଁକି ଲୋକେ ପୂଜା କରନ୍ତିନି ତା’ ପଛରେ ମଧ୍ୟ ଏକ ପୌରାଣିକ କଥା ରହିଛି ।
ପ୍ରାଚୀନକାଳରେ ସେଠାରେ ଜଣେ ମୂର୍ତ୍ତିକାର ଥିଲେ । ଠାରେ ମୂର୍ତ୍ତି ତିଆରି କଲାବେଳେ କୌଣସି ଧାରୁଆ ଅସ୍ତ୍ରରେ ହାତ ବାଜି ମୂର୍ତ୍ତିକାରଙ୍କ ହାତ କଟିଯାଇଥିଲା । ହାତ କଟିଯାଇଥିବାରୁ ଗାଁଲୋକେ ମୂର୍ତ୍ତିକାରଙ୍କ ଥଟ୍ଟା ପରିହାସ କରୁଥିଲେ । ଲୋକଙ୍କ ପରିହାସରେ ବ୍ୟଥିତ ହୋଇ ସେ ଦକ୍ଷିଣ ଦିଗ ଆଡକୁ ଶିବଲିଙ୍ଗ ତିଆରି କରିବା ପାଇଁ ବାହାରି ପଡିଲେ । ରାତି ସାରା କାମ କରି ସେ ଏକ ପାହାଡ କାଟି ସେଥିରୁ ଶିବଲିଙ୍ଗ ତିଆରି କରିଥିଲେ । ଶିବଲିଙ୍ଗ ତିଆରି କରିସାରିବା ପରେ ମୂର୍ତ୍ତିକାର ଗାୟବ ହୋଇଗଲେ । ସକାଳୁ ଉଠି ଯେତେବେଳେ ଗାଁଲୋକେ ଶିବଲିଙ୍ଗ ଦେଖିଥିଲେ, ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଗାଁଲୋକେ ଶିବଲିଙ୍ଗ ପୂଜା କରୁଥିଲେ । ଦିନେ ଜଣେ ପୁରିହିତ ଧ୍ୟାନର ସହ ଦେଖି କହିଲେ ଯେ, ଶିବଲିଙ୍ଗ ଓଲଟା ତିଆରି କରାଯାଇଛି । ଶିବଲିଙ୍ଗ ଉତ୍ତର ଦିଗକୁ ନହୋଇ ଦକ୍ଷିଣ ଦିଗକୁ ତିଆରି କରାଯାଇଛି । ପୁରୋହିତ କହିଥିଲେ ଯେ, ଯେଉଁ ମୂର୍ତ୍ତିକାର ଏହି ଶିବଲିଙ୍ଗ ତିଆରି କରିଛି ସେ ଭୁଲ ତିଆରି କରିଛି । ଏହା ସାମାନ୍ୟ ଭୁଲ ନୁହେଁ । ସେଥିପାଇଁ ସେ କୁଆଡେ ଚାଲିଯାଇଛି ।
ପୁରୋହିତଙ୍କ କଥା ଶୁଣିବା ପରେ ଗାଁଲୋକେ ଶିବଲିଙ୍ଗ ପୂଜା କରିବା ବନ୍ଦ କରିଦେଇଥିଲେ । ଯେହେତୁ ସେ ଭୁଲ ଭାବେ ତିଆରି କରାଯାଇଥିଲା, ସେହି ଶିବଲିଙ୍ଗକୁ ପୂଜା କଲେ କିଛି ଅଘଟଣ ଘଟିପାରେ ବୋଲି ସେହି ଆଶଙ୍କାରେ ଲୋକେ ପୂଜା କରିବା ବନ୍ଦ କରିଦେଲେ ।