ଭିଜିଲାନ୍ସ ହାତରେ ଏସ୍‌ଆଇ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ବାଲେଶ୍ୱର ଟାଉନ ଥାନାର ଏସ୍‌ଆଇ ନରହରି ମାହାଳିକ ମଙ୍ଗଳବାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନାନୁଯାୟୀ, ଟାଉନଥାନା ଅଧୀନ ପିଜୁରୁଦ୍ଦିନ ଲେନ୍‌ ଅଞ୍ଚଳରେ ସକିଲ ଅହମ୍ମଦଙ୍କ ନାମରେ ଏକ ମାମଲା ଥିଲା। ଏହି ମାମଲାରେ ହାଇକୋର୍ଟଙ୍କ ଆଦେଶ ଅନୁସାରେ ଅହମ୍ମଦଙ୍କୁ ରିଲିଜ ନିମନ୍ତେ ଲାଞ୍ଚ ମାଗିଥିଲେ। ଯୋଜନା ମୁତାବକ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍‌ପି ନିର୍ମଳ କୁମାର ମହାନ୍ତି ତାଙ୍କୁ ଗିରଫ କରିଛନ୍ତି। ପରେ ତାଙ୍କ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଛନ୍ତି।