ଗୁରୁ ରଜନୀଶଙ୍କ ବାୟୋପିକରେ ନଜର ଆସିବେ ଆଲିଆ

 (ରିପୋଟରର୍ସ ଟୁଡ଼େ): ବଲିଉଡର ନାୟିକା ଆଲିଆ ଭଟ୍ଟ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ରଜନୀଶଙ୍କ ବାୟୋପିକରେ କାମ କରୁଛନ୍ତି। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଶକୁନ୍ ବାତ୍ରା।ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ପ୍ରିୟଙ୍କା ଚୋପ୍ରା ଘୋଷଣା କରଥିଲେ ସେ ମାଆ ଆନନ୍ଦ ଶୀଲାଙ୍କ ରଚିତ ପୁସ୍ତକ ଉପରେ ରଜନୀଶଙ୍କ ଜୀବନୀକୁ ନେଇ ଏକେ ଫିଲ୍ମ ନିର୍ମାଣ କରିବେ। ଏବେ ନିର୍ଦ୍ଦେଶକ ଶକୁନ ବାତ୍ରା ଓସୋଙ୍କ ବାୟୋପିକ ସଂପର୍କରେ ଆଲିଆ ଭଟ୍ଟଙ୍କ କଥା ହୋଇଛନ୍ତି। ଆଲିଆ ଫିଲ୍ମର ସ୍କ୍ରିପ୍ଟ୍ ଶୁଣିବାପରେ ବେଶ୍ ଉତ୍ସାହିତ ଅଛନ୍ତି।