( ଭୁବନେଶ୍ୱର /ରିପୋର୍ଟସଟୁଡେ): କେତେକ କାରଣ ଯୋଗୁ ଛୋଟ ପିଲାଙ୍କଠାରେ ଶ୍ରବଣ ସମସ୍ୟା ଦେଖାଦେଇଥାଏ। ଶ୍ରବଣ ସମସ୍ୟା କ୍ଷେତ୍ରରେ କଥା କହିବାରେ ମଧ୍ୟ ଅସୁବିଧା ଦେଖାଦେଇଥାଏ। କାରଣ ଛୋଟ ପିଲା ଶୁଣି ନ ପାରିଲେ କଥା କହିବା ଅସମ୍ଭବ ହୋଇଥାଏ। ଗର୍ଭବତୀଙ୍କର ଖାଦ୍ୟରେ ଆୟୋଡ଼ିନ୍ ମାତ୍ରା କମ୍ ହେଲେ ଏପରି ସମସ୍ୟା ସାଧାରଣତଃ ଦେଖାଦେଇଥାଏ। ଏହାଯୋଗୁ ବେଳେବେଳେ ଗର୍ଭପାତ, ମୃତଶିଶୁପ୍ରସବ, କମ୍ ଓଜନ ଶିଶୁ, ମନ୍ଥର ଅଭିବୃଦ୍ଧି, ମାନସିକ ଅନଗ୍ରସର ଶିଶୁ ଜନ୍ମ ହୋଇଥାଏ। ତେଣୁ ଗର୍ଭବତୀ ମହିଳା ଆୟୋଡ଼ିନଯୁକ୍ତ ଲୁଣ ଖାଇଲେ ଜନ୍ମିତ ସନ୍ତାନଠାରେ ଏସବୁ ଅସୁବିଧା ଦେଖାଦେଇ ନ ଥାଏ। ସେହିପରି ଶିଶୁଠାରେ ମୂକ, ବଧିର ସମସ୍ୟା ଦେଖାଦେଲେ ଆୟୋଡ଼ିନ୍ ଯୁକ୍ତ ଖାଦ୍ୟ ଦେଲେ ସୁଫଳ ମିଳିଥାଏ।