(ରିପୋର୍ଟସ ଟୁଡ଼େ)ବାରଣାସୀ: ଓଡ଼ିଆ ଆଇପିଏସ ଅଧିକାରୀ ଲଳିତ ଦାସଙ୍କୁ ବାରଣାସୀ ସଂସଦୀୟ କ୍ଷେତ୍ର ପାଇଁ ନୂତନ ଦାୟିତ୍ୱ ଦିଆଯାଇଛି। ପୋଲିସ ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ । ଲଳିତ ହେଉଛନ୍ତି ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ । ସେ ଏବେ ଆଡସିନାଲ ଡ଼ିଜ ପଦରେ ଅବସ୍ଥାପିତ ଅଛନ୍ତି । ଓଡ଼ିଶା ପୋଲିସ ହାଉସିଂ ଓ୍ଵଲଫେୟାର ନିଗମOPHWCର CMD ଅଛନ୍ତି ଲଳିତ ଦାସ । ବାରାଣାସୀ ଲୋକସଭା ଆସନରେ ଲଢୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ମେ ୧୯ ତାରିଖରେ ଏହି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନରେ ତିନିଟି ବିଭାଗରେ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥାଆନ୍ତି । ଜଣେ ପ୍ରଶାସନିକ, ଜଣେ ପୋଲିସ ଓ ଜଣେ ନିର୍ବାଚନୀ ବ୍ୟୟ ଅଟକଳ ଯାଞ୍ଚ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥାଆନ୍ତି ।