ଚା ପତି ଫୋପାଡ଼ି ଦେଉଛନ୍ତି କି ? ବ୍ୟବହାର କରନ୍ତୁ ଏହି କାମରେ..

(ପ୍ରିୟଦର୍ଶନୀ ସ୍ୱାଇଁ /ରିପୋଟର୍ସ ଟୁଡ଼େ) ଭୁବନେଶ୍ୱର: ଘରେ ବ୍ୟବହାର ହେଉଥିବା ଚାପତି ଗୁଣ୍ଡ ଥରେ ବ୍ୟବହାର କରିବା ପରେ ସମସ୍ତେ ପତି ଗୁଣ୍ଡକୁ ଫୋପାଡ଼ିଦିଅନ୍ତି । କିନ୍ତୁ ଏହି ଚା ପତି ଗୁଣ୍ଡ ବହୁୁତ ଉପକାରୀ ଆପଣ ଜାଣନ୍ତି କି? ଆସନ୍ତୁ ଜାଣିବା ବ୍ୟବହୃତ ଚା ପତି ଗୁଣ୍ଡକୁ କେଉଁ କାର୍ଯ୍ୟରେ ବ୍ୟବହାର କରିବା ।

୧. ଅନେକ ସମୟରେ ଫ୍ରିଜରୁ ଦୁର୍ଗନ୍ଧ ବାହାରି ଥାଏ । ଖାଦ୍ୟ ପଦାର୍ଥ ଓ ପନିପରିବା ପଚି ରହି ଦୁର୍ଗନ୍ଧ ହୋଇଥାଏ । ଏହି  ସମୟରେ ଫ୍ରିଜର କେଉଁ ବି କୋଣରେ ଏହି           ବ୍ୟବହୃତ ଚା ପତି ଗୁଣ୍ଡକୁ ରଖିଦିଅନ୍ତୁ ଦେଖିବେ ଦୁର୍ଗନ୍ଧ ଦୂର ହୋଇଯିବ।
୨.ମଇଳା ବାସନ ସଫା କରିବା ବେଳେ ଏହି ବ୍ୟବହୃତ ଚା ପତି ଗୁଣ୍ଡକୁ ବ୍ୟବହାର କରନ୍ତୁ ଓ ରାତିସାରା ଛାଡ଼ି ଦିଅନ୍ତୁ । ଏହା ପରେ ଭଲ ଭାବେ ମାଜି ଧୋଇ ଦିଅନ୍ତୁ ଜିଦ୍ଦି  ମଇଳା ସହଜରେ ବାହାରିଯିବ ।
୩.ଏହି ଚା ପତି ଗୁଣ୍ଡକୁ ଏୟାର ଫ୍ରେସନର ଭଳି ମଧ୍ୟ ବ୍ୟବହାର କରିପାରିବେ । ଏହି ବ୍ୟବହୃତ ଚା ପତି ଗୁଣ୍ଡକୁ ଖରାରେ ଶୁଖାଇ ଦିଅନ୍ତୁ । ଏହା ପରେ ସେଥିରେ କିଛି ସୁଗନ୍ଧ  ତେଲ ବୁନ୍ଦା ପକାଇ ଦିଅନ୍ତୁ । ସେହି ଚା ପତି ଗୁଣ୍ଡକୁ ଗାଧୁଆ ଘରେ କିମ୍ବା ଅନ୍ୟ କୈାଣସି ରୁମରେ ରଖିଦିଅନ୍ତୁ ଦେଖିବେ ସୁଗନ୍ଧ ମହକି ଉଠିବ ।

୫. ପାଟିରେ ଭିତରେ ଘା ଭଳି ହୋଇଥିଲେ କିମ୍ବା ଚର୍ମ ଛିଡ଼ିବା ଭଳି ହୋଇଥିଲେ ମଧ୍ୟ ବ୍ୟବହୃତ ଚା ପତି ଗୁଣ୍ଡକୁ ବ୍ୟବହାର
କରନ୍ତୁ । ପ୍ରଥମେ ପ୍ରିଜରେ ଥଣ୍ଡା ହେବା ପାଇଁ ରଖିଦେବେ ଏହାପରେ ସେହି ଆଫେକ୍ଟେଡ଼ ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ପାଟି ଘା ଭଲ ହୋଇଥାଏ । ।