ଦାରିଂବାଡ଼ି ଆଇ.ଟି.ଆଇ ପଡ଼ିଆ ଠାରେ ସକାଳ ୮ ଘଟିକା ଠାରୁ ଅପରାହ୍ନ ୨ ଘଟିକା ମଧ୍ୟରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଅଧକ୍ଷ ଭାବରେ ଡାକ୍ଟର ପ୍ରୀତମ ପ୍ରୀତିମାନ ପଣ୍ଡା ଯୋଗ ଦେଇଥିବା ସ୍ଥଳେ ମୁଖ୍ୟ ବକ୍ତା ସହକାରୀ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମାଝୀ, ମୁଖ୍ୟ ଅତିଥି ବିଡିଓ ପ୍ରୀତିରଞ୍ଜନ ରଥ, ସମ୍ମାନିତ ଅତିଥି ସାଂସଦ ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ସାଂସଦ ବିଭାଗୀୟ ପ୍ରତିନିଧି ବିରଞ୍ଚି ନାରାୟଣ ସାହୁ, ସରପଞ୍ଚ ଦୀପକ ପ୍ରଧାନ, ବିଧାୟକ ବ୍ଲକ ପ୍ରତିନିଧି ପ୍ରମୋଦ କୁମାର ଦିଗାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦଙ୍କ ପ୍ରତିନିଧି ଜୟଚନ୍ଦ୍ର ପଡ୍ରା, ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠାମାଝି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟ ବକ୍ତା ମତ୍ସ୍ୟ ଓ ପଶୁ ପାଳନ ଦ୍ଵାରା ସ୍ଥାନୀୟ ଲୋକମାନେ ନିଜର ଅର୍ଥନୈତିକ ଅବସ୍ଥାକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଋଣ ସବସିଡ ତଥା ସରକାରଙ୍କ ଦ୍ୱାରା ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କଳାକାର ମାନେ ମତ୍ସ୍ୟ ଓ ପଶୁପାଳନ ର ଉପକାରିତା ବିଷୟରେ ସୂଚନା ଦେଇଥିଲେ । ଏହି ମେଳାକୁ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ପରିଚାଳନ କରିଥିବା ସ୍ଥଳେ ସହକାରୀ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଜଗନ୍ନାଥ ଘଡ଼ାଇ ଓ ସହକାରୀ ମତ୍ସ୍ୟ ଅଧିକାରୀ ଅନୁସନ୍ଧିସ ଦିସାରି ବିଶେଷ ସହଯୋଗ କରିଥିଲେ ।