ଉଡ଼ିଲା ସେୟାର ବଜାର । ପୁଣି ଫେରିଲା ତେଜି। ଗୁରୁବାର ନିବେଶକଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ସେନ୍ସେକ୍ସ ପ୍ରାୟ ୯୯୦ ପଏଣ୍ଟ ବଢ଼ିଥିବାବେଳେ ନିଫ୍ଟି ୨୫,୫୦୦ ପାର୍ କରିଛି। ବିଶେଷକରି ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ବ୍ୟାପକ କ୍ରୟ ଯୋଗୁଁ ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି।ଭାରତୀୟ ସେୟାର ବଜାରରେ ଗୁରୁବାର ଅର୍ଥାତ୍ ନଭେମ୍ବର ୧୯, ୨୦୨୬ରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ବୁଧବାରର ହ୍ରାସ ପରେ ଗୁରୁବାର ବଜାର ପୁଣି ତେଜିକୁ ଫେରିଛି। କାରବାର ଶେଷରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୯୮୯.୯୪ ପଏଣ୍ଟ ବା ୧.୨୧ ପ୍ରତିଶତ ବୃଦ୍ଧି ପାଇ ୮୩,୦୨୧.୭୫ ସ୍ତରରେ ବନ୍ଦ ହୋଇଛି।

ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି-୫୦ ସୂଚକାଙ୍କ ୨୮୬.୩୫ ପଏଣ୍ଟ ବା ୧.୧୪ ପ୍ରତିଶତ ବଢ଼ି ୨୫,୫୧୪.୩୦ ସ୍ତରରେ ପହଞ୍ଚିଛି। ଗୁରୁବାର ବଜାର ବୃଦ୍ଧିରେ ଅଟୋ ସେକ୍ଟରର ସବୁଠୁ ବଡ଼ ଭୂମିକା ରହିଛି। ନିଫ୍ଟି ଅଟୋ ଇଣ୍ଡେକ୍ସ ୪.୪୦ ପ୍ରତିଶତ ବୃଦ୍ଧି ପାଇଛି। ମାରୁତି ସୁଜୁକି ଶେୟାରରେ ୭.୫୮ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଶେୟାର ୪.୭୮ ପ୍ରତିଶତ ବଢ଼ିଛି। ଆଇସର ମୋଟର୍ସ ଶେୟାରରେ ମଧ୍ୟ ଭଲ ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ୟପଟେ ଆଇଟି ସେକ୍ଟରରେ ଦୁର୍ବଳତା ରହିଥିଲା। ଇନଫୋସିସ୍, ଞଉଝ ଓ ଟେକ୍ ମହିନ୍ଦ୍ରା ଭଳି କମ୍ପାନୀର ଶେୟାର ହ୍ରାସ ପାଇଛି।