ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ । ଆଜି ଦିଲ୍ଲୀର ୯ଟି ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କରିଛି। ରୋହିଣୀରେ ସର୍ବାଧିକ ୪୭୩ AQI ରେକର୍ଡ ହୋଇଛି। ଅନ୍ୟ ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ପଞ୍ଜାବୀ ବାଗରେ ୪୬୪, ଆରକେ ପୁରମରେ ୪୪୧, ଅଲିପୁର ଓ ସୋନିଆ ବିହାରରେ ୪୩୫, ଓଖଲା ଫେଜ୍-୨ରେ ୪୨୬, ନର୍ଥ କ୍ୟାମ୍ପସରେ ୪୨୪, ଆଇଟିଓରେ ୪୨୦ ଏବଂ ନଜଫଗଡ଼ରେ ୪୧୨ AQI ରେକର୍ଡ କରାଯାଇଛି। ଦିଲ୍ଲୀର ହାରାହାରି AQI ୩୮୯ ରହିଥିବା ବେଳେ ନୋଏଡା ଓ ଗୁରୁଗ୍ରାମରେ ମଧ୍ୟ ବାୟୁ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଛି। ନୋଏଡାରେ AQI ୩୧୩ ରେକର୍ଡ ହୋଇଛି। ବାୟୁ ପ୍ରଦୂଷଣର ଏଭଳି ସ୍ଥିତି ଯୋଗୁଁ ଶିଶୁ, ବୟସ୍କ ଏବଂ ଶ୍ୱାସରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ବଢ଼ିଛି। ବାହାରେ ବ୍ୟାୟାମ ଓ ଅନାବଶ୍ୟକ ଯାତାୟାତ ଏଡ଼ାଇବା ସହ ଆବଶ୍ୟକ ସମୟରେ N95 ମାସ୍କ ବ୍ୟବହାର କରିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ।