ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା: ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ବଡ଼ ପ୍ରସ୍ତୁତି। ବାତ୍ୟା ମୁକାବିଲା ପାଇଁ ଆକ୍ସନ୍ ମୋଡ୍ରେ ରାଜ୍ୟ ସରକାର। ସବୁ ଜିଲ୍ଲା ଓ ବ୍ଲକ୍ରେ ପ୍ରସ୍ତୁତ ଓଡ୍ରାଫ୍, ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀ। ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସୁରକ୍ଷିତ ଓ ସମ୍ମାନର ସହ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା। ଲୋକଙ୍କ ସ୍ଥାନାନ୍ତର ପରେ ଧନସମ୍ପତ୍ତିର ସୁରକ୍ଷା ଦାୟିତ୍ୱରେ ରହିବ ଓଡ଼ିଶା ପୋଲିସ। ଆବଶ୍ୟକ ପଡ଼ିଲେ ସ୍କୁଲ ଛୁଟି ଘୋଷଣା କରିପାରିବେ ଜିଲ୍ଲାପାଳ। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ କାଲି ସକାଳ ସୁଦ୍ଧା ଫେରିବାକୁ ପରାମର୍ଶ। ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ ରାଜ୍ୟବାସୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ପରାମର୍ଶ। ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ଆଶ୍ରୟସ୍ଥଳୀରେ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ।
- ଲଘୁଚାପ ଡିପ୍ରେସନରେ ପରିଣତ ହେବା ସହ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା।
- ୨୬ ତାରିଖ ସକାଳୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବା ସମ୍ଭାବନା।
- ୨୬, ୨୭ ଓ ୨୮ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା।
- ୨୭ ତାରିଖ ପାଇଁ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟରେ ରଖାଯାଇଥିବା ସୂଚନା।
- ମାଲକାନଗିରି, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା।
- ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ।
- ଜରୁରୀ ପରିସ୍ଥିତିରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ।
- ସମସ୍ତ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତି ବୈଠକ କରିବା ସହ ତହସିଲଦାର ଓ ସମ୍ପୃକ୍ତ ଅଧିକାରୀଙ୍କୁ ସତର୍କ ରଖିବାକୁ ପରାମର୍ଶ।
- ଆଶ୍ରୟସ୍ଥଳୀରେ ଆଲୋକ, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଗୁରୁତ୍ୱ।
- ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଶୀଘ୍ର କୂଳକୁ ଫେରିଆସିବା ପାଇଁ ପରାମର୍ଶ।
- ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ସହ ଆବଶ୍ୟକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ।
- ମତ୍ସ୍ୟଜୀବୀଙ୍କ ଜୀବନକୁ ବିପଦରେ ପକାଉଥିବା ଅସହଯୋଗୀ ଟ୍ରଲର ମାଲିକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଚେତାବନୀ।
- ଆବଶ୍ୟକ ପଡ଼ିଲେ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।
- ଲୋକଙ୍କ ସ୍ଥାନାନ୍ତର ପାଇଁ ସରକାରୀ ବସ୍ ସହ ଆବଶ୍ୟକ ସ୍ଥଳେ ବେସରକାରୀ ବସ୍ ବ୍ୟବହାର କରିବାକୁ ପ୍ରସ୍ତୁତି।
- ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଓ ଧନଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା।