ପୁଟିନଙ୍କ ଧମକ; ବଢ଼ିଲା ଟେନସନ୍

ନାଟୋକୁ ଧମକାଇଲେ ପୁଟିନ୍ । କାଲିନିନଗ୍ରାଡକୁ ନେଇ ଦେଲେ ଚେତବନୀ। ପଶ୍ଚିମ ଦେଶଗୁଡ଼ିକୁ କଡ଼ା ସତର୍କ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ମସ୍କୋରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏଭଳି କଡ଼ା ଚେତାବନୀ ଶୁଣାଇଛନ୍ତି।ଋଷର କାଲିନିନଗ୍ରାଡ ନିକଟରେ ନାଟୋ ପକ୍ଷରୁ ହେଉଥିବା ସାମରିକ ଅଭ୍ୟାସକୁ ନେଇ ଉଦବେଗ ପ୍ରାକାଶ କରିଛି ଋଷ। ଏନେଇ ପୁଟିନ୍ କହିଛନ୍ତି, ବିଶ୍ୱ ଏବେ ଏକ ବିପଜ୍ଜନକ ସମୟ ଦେଇ ଗତି କରୁଛି।

ୟୁକ୍ରେନକୁ ନେଇ ରୁଷିଆ ଓ ପଶ୍ଚିମ ଦେଶଗୁଡ଼ିକ ମଧ୍ୟରେ ଚାଲିଥିବା ବିବାଦକୁ ଆହୁରି ବଢ଼ାଇବା ଉଚିତ୍ ନୁହେଁ। ସିଧାସଳଖ ଆକ୍ରମଣ ହେଲେ, ରୁଷିଆ ନିଜ ପାଖରେ ଥିବା ସମସ୍ତ ଅସ୍ତ୍ର ବ୍ୟବହାର କରିପାରେ । ଏଥିରେ ପରମାଣୁ ଅସ୍ତ୍ର ମଧ୍ୟ ସାମିଲ ହୋଇପାରେ। ଏନେଇ ପୋଲାଣ୍ଡ ଓ ଲିଥୁଆନିଆ ମଧ୍ୟରେ ଥିବା ରୁଷିଆର କାଲିନିନଗ୍ରାଡକୁ ନେଇ ମସ୍କୋର ଚିନ୍ତା ବଢ଼ିଛି। ଏପଟେ ଘଇଞଙ କହିଛି, ଏହା ଏକ ପ୍ରତିରକ୍ଷାମୂଳକ ଅଭ୍ୟାସ। ଏଣୁ ପରମାଣୁ ଧମକ ସମାଧାନର ରାସ୍ତା ନୁହେଁ।