ସହକର୍ମୀ ଚଳାଇଲେ ଗୁଳି : ୪ ସିଆଇଏସ୍‌ଏଫ ଯବାନ ମୃତ

୨ ହାଇଡେଲ୍‌ ପାୱାର କ୍ୟାମ୍ପରେ ବଡ଼ ଅଘଟଣ । ଏଠାରେ ନିୟୋଜିତ ସିଆଇଏସଏଫର ଜଣେ କର୍ମଚାରୀ ନିଜ ସହକର୍ମୀଙ୍କ ଉପରକୁ କରିଛନ୍ତି ଆଖିବୁଜା ଗୁଳି ମାଡ଼ ।ଏଥିରେ ସିଆଇଏସ୍‌ଏଫର ଜଣେ ଆସିସଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କ ସେମତ ୪ ଜଣ ପ୍ରାଣ ହରାଇଛନ୍ତି। ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଘଟିଛି ଘଟଣା ।ଏହି ସବୁ ଘଟଣା ଡ୍ୟୁଟି ପରିବର୍ତ୍ତନ ସମୟରେ ଘଟିଛି। ଡିଟ୍ୟୁ ବଦଳ ସମୟରେ ହଠାତ ସିଆଇଏସଏଫ କର୍ମଚାରୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦେଖୁଦେଖୁ କଥା ହାତାହାତି ଯାଏ ବଢ଼ିଥିଲା। ଏତିକି ବେଳେ ଜଣେ କର୍ମଚାରୀ ହଠାତ୍‌ ନିଜ ସର୍ଭିସ ବନ୍ଧୁରୁ ସାମ୍ନାରେ ଥିବା ସହକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ।


ଗୁଳିମାଡ଼ରେ ଆସିସଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କ ସମେତ ୪ ଜଣ ଆହତ ହୋଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା ।ଖବର ପାଇ କଠୁଆ ଜିଲ୍ଲାର ପୁଲିସ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ପୁଲିସ୍‌ ତଦନ୍ତ କରୁଥିବା ବେଳେ ସିଆଇଏସଏଫ ପକ୍ଷରୁ ମଧ୍ୟ ଆଭ୍ୟନ୍ତରୀଣ ଯାଞ୍ଚ ଆରମ୍ଭ ହୋଇଛି।