ରେଢାଖୋଲ ରାଜୀବ ଗାନ୍ଧୀ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣୀ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ରାଜୀବଗାନ୍ଧୀ ସଭାଗୃହରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣୀରେ ମୋଟ ୯୧ଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତି ଗତ ୫୩ଟି ଏବଂ ୩୮ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ସେଥିମଧ୍ୟରୁ କିଛି ବୃଦ୍ଧ ଓ ବୃଦ୍ଧାଙ୍କୁ ଭତ୍ତା ବଣ୍ଟନ ଓ ଟ୍ରାଏ ସାଇକେଲ ବଣ୍ଟନ କରାଯାଇଥିଲା।ବ୍ଲକର ସମସ୍ତ ବିଭାଗର ଅଧିକାରୀମାନେ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ ଯୋଗଦେଇଥିଲେ। ଏହି ଅଭିଯୋଗ ଶୁଣାଣୀରେ ମୁଖ୍ୟତହଃ ବିଭିନ୍ନ ସ୍ଥାନରୁ  ଜଳ ସମସ୍ୟା, ରାସ୍ତା ସମସ୍ୟା,ବିଦ୍ୟୁତ ସମସ୍ୟା,ଶିକ୍ଷକ ସମସ୍ୟା ଏବଂ  ଆବାସ ଗୃହ ସମସ୍ୟା ନେଇ ଅଭିଯୋଗ ହୋଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ, ଅଧିକାରୀ ମାନଙ୍କୁ ତାଗିଦ୍ କରିବା ସ‌ହ ଯଥାଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ।