ପ୍ରତିଦିନ ସମାନ ପ୍ରକାର ତରକାରୀ ଖାଇ ଆପଣ ବୋର ହୋଇଗଲେଣି କି? ଆସନ୍ତୁ ଜାଣିବା ଏମିତି କିଛି ରେସିପି ଝଟପଟ ବନିଯିବ ଯାହା ଖାଇବାକୁବି ସ୍ୱାଦିଷ୍ଟ । ମାତ୍ର ୧୫ ମିନଟରେ ବନାଇ ନେବା ଏହି ଡାବା ଷ୍ଟାଇଲ ତରକାରୀ । ଦହି,ସିମଲା ଲଙ୍କା ଓ ପିଆଜ ଏହି ତରକାରୀ ପାଇଁ ଆବଶ୍ୟକ ପଡିଥାଏ ।
ଏହାକୁ ବନାଇବା ପାଇଁ ପ୍ରଥମେ ସିମଲା ଲଙ୍କା ଓ ପିଆଜକୁ ଭଲରେ ସରୁ ସରୁ କରି କାଟି ନିଅନ୍ତୁ । ଏହାପରେ ଏକ ପାତ୍ରରେ ଶିମଲା ଲଙ୍କା, ପିଆଜ ଓ ଚିନାବାଦାମ ସହ କାଶ୍ମୀରୀ ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ, ଧନିଆ ଗୁଣ୍ଡ, ଲୁଣ ଏବଂ ଅଳ୍ପ ଅମଚୁର କିମ୍ବା କସୁରୀ ମେଥି ମିଶାଇ ଭଲ ଭାବେ ମ୍ୟାରିନେଟ୍ କରନ୍ତୁ।ଏବେ କଡ଼େଇରେ ଅଳ୍ପ ତେଲ ଗରମ କରି ଜିରା, କଟା ରସୁଣ ଓ ଲମ୍ବା କଟା କଞ୍ଚା ଲଙ୍କା ପକାନ୍ତୁ। ରସୁଣ ହାଲୁକା ସୁନେଲି ହୋଇଗଲେ ମ୍ୟାରିନେଟ୍ କରି ରଖିଥିବା ଶିମଲା ଲଙ୍କା ଓ ପିଆଜର ମିଶ୍ରଣକୁ କଡ଼େଇରେ ପକାନ୍ତୁ। ମଧ୍ୟମ ଆଞ୍ଚରେ ପ୍ରାୟ ୩ରୁ ୪ ମିନିଟ୍ ଭାଜନ୍ତୁ। ଶିମଲା ଲଙ୍କାକୁ ଅଧିକ ନରମ ନକରି ହାଲୁକା କ୍ରଞ୍ଚି ରଖିବା ଏହି ରେସିପିର ବିଶେଷତା। ତରକାରୀ ଭଲ ଭାବେ ଭାଜି ହୋଇଗଲେ ଗ୍ୟାସ୍ର ଆଞ୍ଚ ବନ୍ଦ କରନ୍ତୁ କିମ୍ବା ଏକଦମ୍ କମାଇ ଦିଅନ୍ତୁ। ଏବେ ଭଲ ଭାବେ ଫେଣ୍ଟା ହୋଇଥିବା ତାଜା ଦହି ପକାନ୍ତୁ। ଦହି ପକାଇବା ପରେ ଲଗାତାର ଘାଣ୍ଟନ୍ତୁ, ଯାହାଫଳରେ ଦହି ଫାଟିବ ନାହିଁ ଏବଂ ତରକାରୀରେ ଏକ କ୍ରିମି ଗ୍ରେଭି ପ୍ରସ୍ତୁତ ହେବ। ଶେଷରେ ତରକାରୀ ଉପରେ କଟା ଧନିଆ ପତ୍ର ପକାଇ ପରଷନ୍ତୁ।