ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ…

ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ । ୨୦୧୩ ବ୍ୟାଚର ଆଇପିଏସ ଅଫିସର ଜଗମୋହନ ମୀନା । ଇସ୍ତଫା ଗ୍ରହଣ କରି ଗୃହ ମନ୍ତ୍ରାଳୟକୁ ପଠାଇଲେ ରାଜ୍ୟ ସରକାର । ୨୦୧୩ ବ୍ୟାଚର ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କରିବା ସହ ରାଜ୍ୟ ସରକାର ଇସ୍ତଫାପତ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି। ୨୦୨୫ ଫେବ୍ରୁଆରୀରେ ଭୁବନେଶ୍ଵର DCP ଭାବେ ଦାୟିତ୍ଵ ନେଇଥିଲେ ଜଗମୋହନ ମୀନା ।

ସୂଚନାଥାଉକି, ଗତ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଚାକିରିରୁ ଇସ୍ତଫା ଦେଇଥିଲେ। ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ପଠାଇବା ପରେ, କାହିଁକି ଜଗମୋହନ ଚାକିରିରୁ ଇସ୍ତଫା ଦେଉଛନ୍ତି ତାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ପୂର୍ବରୁ IPS ଅଧିକାରୀ ଜଗମୋହନ ମୀନା ଅନୁଗୋଳ ଏବଂ ଗଞ୍ଜାମରେ ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି । କଟକ ସହରାଞ୍ଚଳ ପୋଲିସ ଜିଲ୍ଲାର DCP ମଧ୍ୟ ଥିଲେ IPS ଜଗମୋହନ ମୀନା । ୨୦୨୫ ଫେବ୍ରୁଆରୀ ୨୮ରେ ଜଗମୋହନ ମୀନା ଭୁବନେଶ୍ୱର DCP ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଯେ, ସେ ରାଜସ୍ଥାନରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କର ଏକ ଘରୋଇ ଅନୁଷ୍ଠାନରେ ଯୋଗ ଦେଇପାରନ୍ତି।