ହାଟ ସାରି ଫେରୁଥିବା ବେଳେ ଗହଣା ବ୍ୟବସାୟୀ ଙ୍କ ନିକଟରୁ ଆକ୍ରମଣ କରି ଲୁଟ। ୪ ମୁଖା ପିନ୍ଧା ଲୁଟେରା ଆସି ଲୁଟିନେଲେ ସୁନା ଓ ରୂପା ଅଳଙ୍କାର। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ସିମଗଡ଼ିଆ ଛକ ନିକଟରେ। ଭୋଳାଗଡିଆ ହାଟକୁ ଅଳଙ୍କାର ବିକ୍ରୀ ନିମନ୍ତେ ଦୋକାନ ନେଇ ଯାଇଥିଲେ ବଡ଼ ଖୁଣ୍ଟା ଅଞ୍ଚଳର ବ୍ୟବସାୟୀ ମିହିର ରଣା। ହାଟରୁ ଫେରିବା ସମୟରେ ସିମଗଡ଼ିଆ ଛକ ନିକଟରେ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ମିହିର ଙ୍କୁ ଅଟକାଇବା ସହିତ ଲୁଟ କରିବାକୁ ଉଦ୍ୟମ କରିଥିଲେ। ମିହିର ଏହାକୁ ପ୍ରତିରୋଧ କରିବାରୁ ଲୁଟେରା ମାନେ ଏକ ପ୍ଲାଷ୍ଟିକ ପାଇପରେ ମିହିର ଙ୍କୁ ମାରି ଲହୁଲୁହାଣ କରିଥିଲେ। ଏହା ସହିତ ତାଙ୍କ ପାଖରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ଲୁଟେରା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ସେପଟେ ଦୁର୍ବୃତ୍ତ ଙ୍କ ଆକ୍ରମଣରେ ମିହିର ଗୁରୁତର ଆହତ ହୋଇଛନ୍ତି।