ବାଲିଆନ୍ତାରେ ଅଘଟଣ, ନଦୀରେ ଭାସିଗଲେ ୨ ଯୁବକ

ଭୁବନେଶ୍ୱର କୁଆଖାଇ ନଦୀରେ ଘଟିଛି ଅଘଟଣ। ବାଲିଆନ୍ତା ଇନ୍ଦ୍ରପାଳ ସାଇମନ୍ଦିର ନିକଟରେ ନଦୀରେ ଭାସିଯାଇଛନ୍ତି ଦୁଇ ଜଣ ଯୁବକ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପାଇ ଘଟଣାସ୍ଥଳରେ ବାଲିଆନ୍ତା ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ନଦୀରେ ଦୁଇ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି।

Another Minor Boy Drowns In Kuakhai River On Bhubaneswar Outskirts |  OdishaBytes

ତେବେ ଏପର୍ଯ୍ୟନ୍ତ ଭାସିଯାଇଥିବା ଦୁଇ ଯୁବକଙ୍କ ପରିଚୟ ମିଳିପାରିନାହିଁ। ସେମାନେ କେଉଁ ଅଞ୍ଚଳର ଏବଂ କିଭଳି ନଦୀ ସ୍ରୋତରେ ଭାସିଗଲେ, ସେନେଇ ତଦନ୍ତ ଚାଲିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ, ସ୍ଥାନୀୟ ଲୋକଙ୍କ ଭିଡ଼ ଘଟଣାସ୍ଥଳରେ ଜମିଛି। ଦୁଇ ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ପ୍ରୟାସ ଜାରି ରହିଛି।