ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରି ବିଭିନ୍ନ କ୍ଷେତ୍ରରେ କ୍ରିତିକ୍ରୀଷ୍ଣା ନିଜ ପ୍ରତିଭାର ସ୍ୱାକ୍ଷର ଛାଡ଼ିଛନ୍ତି…
ଇଚ୍ଛାଶକ୍ତି, ପରିଶ୍ରମ ଓ ଅଦମ୍ୟ ଅଧ୍ୟବସାୟ ଥିଲେ ସଫଳତା ନିଶ୍ଚୟ ମିଳେ। ଏହାକୁ ପ୍ରମାଣ କରିଛନ୍ତି ଭଦ୍ରକ ଜିଲ୍ଲା, ଧାମନଗର ବ୍ଲକ ଅନ୍ତର୍ଗତ କଟ ସାହିର ସୁନା ଝିଅ କ୍ରିତିକ୍ରୀଷ୍ଣା। ତାଙ୍କର ଅସାଧାରଣ କୃତୀତ୍ୱର ସାକ୍ଷୀ ହୋଇ ଆଜି ଘରର କାନ୍ଥ ସାରା ଝୁଲୁଛି ମାନପତ୍ର ଓ ମେଡାଲ। ଘରର ପ୍ରତ୍ୟେକ କୋଣରେ ସଜା ହୋଇ ରହିଛି ଅସଂଖ୍ୟ ସମ୍ମାନ ଓ ପୁରସ୍କାର।ଜିଲ୍ଲାରୁ ଆରମ୍ଭ କରି ରାଜ୍ୟ, ଦେଶ ଏବଂ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ କ୍ରିତିକ୍ରୀଷ୍ଣା ନିଜ ପ୍ରତିଭାର ସ୍ୱାକ୍ଷର ଛାଡ଼ିଛନ୍ତି। ପ୍ରତିଯୋଗିତା ପରେ ପ୍ରତିଯୋଗିତାରେ ସଫଳତା ହାସଲ କରି ସେ ଆଣିଛନ୍ତି ଅନେକ ପୁରସ୍କାର, ସମ୍ମାନ ଓ ପ୍ରଶଂସା।

ଏତେ ସଫଳତା ପରେ ଆଜି ଆଉ ବାପାଙ୍କୁ ନିଜ ପରିଚୟ ଦେବାକୁ ପଡ଼ୁନାହିଁ। ବରଂ କକ୍ରିତିକ୍ରୀଷ୍ଣାଙ୍କ ପରିଚୟରେ ପରିଚିତ ହେଉଛନ୍ତି ବାପା, ମାଆ ଏବଂ ପରିବାରର ଅନ୍ୟ ସଦସ୍ୟମାନେ। ଝିଅର ସଫଳତାରେ ପୁରା ପରିବାର ଗର୍ବିତ ହେବା ସହ ସମଗ୍ର ଭଦ୍ରକ ଜିଲ୍ଲା ପାଇଁ ସେ ପାଲଟିଛନ୍ତି ଗର୍ବ ଓ ଗୌରବର ପ୍ରତୀକ। କ୍ରିତିକ୍ରୀଷ୍ଣାଙ୍କ ଏହି ସଫଳତା ଅନ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଥିବା ବେଳେ, ନିଷ୍ଠା ଓ କଠିନ ପରିଶ୍ରମ ଦ୍ୱାରା ସ୍ୱପ୍ନକୁ କିପରି ସାକାର କରାଯାଇପାରେ, ତାହାର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛନ୍ତି ଏହି ସୁନା ଝିଅ।