ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି

ଆଜି  ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ତେବେ ନିର୍ଦ୍ଧାରିତ ସମୟର ଆରମ୍ଭ ହୋଇଯାଇଛି ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ରରେ ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର । ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ଗୋଟି ପହଣ୍ଡି । ବଡ଼ ଠାକୁରଙ୍କୁ ବାଇଶି ପାହାଚ ଦେଇ ସେବକମାନେ ରଥକୁ ଆଣିଛନ୍ତି । ବଳଦେବଙ୍କୁ ବଡ଼ଦାଣ୍ଡରେ ଅପେକ୍ଷାରତ ତାଳଧ୍ବଜରେ ରଥାରୂଢ ହୋଇଛନ୍ତି । ଦିବ୍ୟ, ଭବ୍ୟ, ମନୋଜ୍ଞ, ଟାହିଆ ହଲେଇ ରଥରେ ବିରାଜିଛନ୍ତି ଶ୍ରୀବଳଦେବ ବଡଠାକୁର ।

ଧାଡି ପହଣ୍ଡି ନୀତିରେ ସେବାୟତମାନେ ପ୍ରଭୁ ଶ୍ରୀ ବଳଦେବଙ୍କୁ ରତ୍ନବେଦୀରୁ ରଥକୁ ଘେନି ଆଣୁଛନ୍ତି । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଶ୍ରୀନଅରରୁ ଝୁଲିଝୁଲି ରଥରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟରେ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀନଅରରୁ ପହଣ୍ଡିରେ ବାହାରିବେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ପହଣ୍ଡିରେ ବାହାରିବେ । ଶେଷରେ ଭକ୍ତଙ୍କୁ ନ ପାଇ ମନକୁ ମାରି ରତ୍ନବେଦୀରୁ ଓହ୍ଲାଇ ଆସିବେ ଶ୍ରୀ ଜଗନ୍ନାଥ । ଏହି ଦିବ୍ୟ ଦୃଶ୍ୟକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରେ ରହିଛନ୍ତି ।