ରଥଯାତ୍ରା ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚର ‘ସାଇବର ସାଥୀ’ ଅଭିଯାନ

ରଥଯାତ୍ରା ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚର ‘ସାଇବର ସାଥୀ’ ଅଭିଯାନ. ୯ ଟି ଫେକ ହୋଟେଲ ୱେବପେଜ୍ ବନ୍ଦ, ୧୬ ଠକେଇ URL ବ୍ଲକ୍. ଫେକ ହୋଟେଲ ବୁକିଂରୁ ସତର୍କ ରହିବାକୁ ଭକ୍ତଙ୍କୁ ପୋଲିସର ପରାମର୍ଶ. ପୁରୀ ରଥଯାତ୍ରା ପାଇଁ ସାଇବର ସୁରକ୍ଷାରେ କ୍ରାଇମବ୍ରାଞ୍ଚର ବଡ଼ ପଦକ୍ଷେପ. ସିଆଇଡି–କ୍ରାଇମବ୍ରାଞ୍ଚ ଆରମ୍ଭ କଲା ‘ସାଇବର ସାଥୀ’ ସଚେତନତା ଅଭିଯାନ. ଫେକ ହୋଟେଲ ବୁକିଂ ଓ ଅନଲାଇନ୍ ଠକେଇରୁ ଭକ୍ତଙ୍କୁ ସତର୍କ କରିବାକୁ ଚାଲିଛି ବ୍ୟାପକ ସଚେତନତା. ପୁରୀ ରଥଯାତ୍ରା–୨୦୨୬କୁ ନଜରରେ ରଖି ସିଆଇଡି କ୍ରାଇମବ୍ରାଞ୍ଚ ଓ ପୁରୀ ପୋଲିସ ପକ୍ଷରୁ ସାଇବର ସାଥୀ ଆରମ୍ଭ କରାଯାଇଛି .

ପର୍ଯ୍ୟଟକ, ଶ୍ରଦ୍ଧାଳୁ, ହୋଟେଲ ମାଲିକ ଓ ସ୍ଥାନୀୟ ଲୋକଙ୍କୁ ସାଇବର ଠକେଇରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି. କ୍ରାଇମବ୍ରାଞ୍ଚ ଟିମ୍ ପୁରୀର ୭ଟି ପ୍ରମୁଖ ହୋଟେଲ ପରିଦର୍ଶନ କରି ଫେକ ହୋଟେଲ ବୁକିଂ ଠକେଇ ସମ୍ପର୍କରେ ସଚେତନ କରିବା ସହ ୱେବସାଇଟ୍‌ର ସୁରକ୍ଷା ଯାଞ୍ଚ କରିଛି. ଅଭିଯାନ ଆରମ୍ଭ ପରଠାରୁ ୯ଟି ଫେକ ହୋଟେଲ ୱେବପେଜ୍ ବନ୍ଦ କରାଯାଇଥିବା ବେଳେ, ରଥଯାତ୍ରା ସମ୍ପର୍କିତ ଭ୍ରମାତ୍ମକ ସୂଚନା ଓ ପ୍ରସାଦ ଦାନ ନାଁରେ ଠକେଇ କରୁଥିବା ୧୬ଟି URL ବ୍ଲକ୍ କରାଯାଇଛି. ଓଡ଼ିଶା ପୋଲିସ ସମସ୍ତ ଭକ୍ତ ଓ ପର୍ଯ୍ୟଟକଙ୍କୁ କେବଳ ବିଶ୍ୱସନୀୟ ସ୍ରୋତରୁ ହୋଟେଲ ବୁକିଂ କରିବା ଓ ସାଇବର ସୁରକ୍ଷା ପରାମର୍ଶ ପାଳନ କରିବାକୁ ଅପିଲ କରିଛି।