କୁମାରଗୁଡା ଠାରେ ପଞ୍ଚାୟତ ସ୍ତରୀୟ ସମମ୍ନୟ ମେଳା ଅନୁଷ୍ଠିତ…

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ସ୍ତିତ କୁମାରଗୁଡା ବୁଢ଼ାରଜା ଯାତ୍ରା ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ସମନ୍ନୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳା ଲାଖବାହାଲି  ଗ୍ରାମ ପଞ୍ଚାୟତ ସମନ୍ନୟ ସମିତି ଓ ସ୍ୱେଚ୍ଛାସେବୀ ସଂସ୍ଥା ଗ୍ରାମବିକାଶ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଲାଖବାହାଲି  ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ମାଝୀ ଯୋଗଦେଇଥିବା ବେଳେ ସନ୍ନମାନିତ ଅତିଥି ଭାବେ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର ଯୋଗଦେଇଥିଲେ ।

ସେହିପରି ମଞ୍ଚାସିନ ଅତିଥି ଭାବେ ସମିତି ସଭ୍ୟା ପାର୍ବତୀ ମାଝୀ, ଲାଖବାହାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଶ ମାଝୀ,ସମ୍ମନିତ ଶିଶୁ ବିକାଶ ଅଧିକାରିଣୀ ଯଶୋବନ୍ତି ଗୌଡ଼,ଜିପିସିସି ସଭାପତି ବୁଢ଼ୀ ତାଣ୍ଡି, ସମ୍ପାଦକ ଭୀଷ୍ମ ମାଝୀ,ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡ଼ ସଚିନନ୍ଦନ ସେନାପତି ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ୨୧ଗୋଟି ଗାଁର ଶତାଧିକ ମହିଳା ଓ ପୁରୁଷ ମେଳା ଉପସ୍ଥିତ ରହି ଜନ୍ମ ପ୍ରମାଣ ପତ୍ର, ନୂତନ ଆଧାରକାର୍ଡ,ଆଧାରକାର୍ଡ ସଂଶାଧାନ ସମେତ ନିଜ ତଥା ଅଞ୍ଚଳର ସମାସ୍ୟ ମଞ୍ଚାସିନ ଅତିଥି ମାନଙ୍କ ପାଖରେ ଉପସ୍ଥାପନା କରିଥିଲେ । ବିଶେଷ ସହଯୋଗ କରିଥିଲେ ପ୍ରଦାନ,  ଦାପ୍ତା,  ସେବାଜଗତ ସଂସ୍ଥା ଓ ଗ୍ରାମବିକାଶ ସଂସ୍ଥା ର ପରକ୍ଷିଟ ନାୟକ,ଜୋସନାମୟୀ ପ୍ରଧାନ,ଦିବ୍ୟାଳତା କୁମାର,ରୁଦ୍ର ମାଝୀ,ସୁରେନ୍ଦ୍ର ରଇତା,ସୁରେଶ ବାରିକ, ଅନିରୁଦ୍ଧ ପ୍ରାମାଣିକ ।