ମୋଦି ସରକାରଙ୍କ ବୈଦେଶିକ ନୀତିକୁ ସୋନିଆଙ୍କ କଠୋର ସମାଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଉପରେ ତୀବ୍ର ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସୋନିଆ ଗାନ୍ଧୀ ନିଜ ଆର୍ଟିକିଲରେ ଉଲ୍ଲେଖ କରିଛନ୍ତି ଯେ, ଇରାନ ଏବଂ ଆମେରିକା ମଧ୍ୟରେ ଉପୁଜିଥିବା ଉତ୍ତେଜନା ସମୟରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମଧ୍ୟସ୍ଥର ଭୂମିକା ଗ୍ରହଣ କରିପାରିଥାନ୍ତା। ସମସ୍ତ ପକ୍ଷଙ୍କ ସହ ଭାରତର ଦୀର୍ଘକାଳୀନ ସମ୍ପର୍କ ଥିବାରୁ ଏହି ଭୂମିକା ଗ୍ରହଣ କରିବା ଦେଶର ସ୍ୱାଭାବିକ ଅଧିକାର ଥିଲା। ମାତ୍ର ଭାରତ ଏଥିରୁ ଦୂରେଇ ରହିବାରୁ ପାକିସ୍ତାନକୁ ଏହି ସୁଯୋଗ ମିଳିଲା ଏବଂ ସେ ଏଥିରେ ସାମିଲ ହେଲା। ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନ ଭଳି ଦେଶକୁ ଏଭଳି ଏକ ସୁଯୋଗ ଦେବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

BJP alleges Sonia Gandhi added to voter list before gaining citizenship

ବିଶ୍ୱର ବିଭିନ୍ନ ଦେଶ ବର୍ତ୍ତମାନ ଇସ୍ରାଏଲର ରଣନୈତିକ ଆଭିମୁଖ୍ୟଠାରୁ ଦୂରେଇ ରହୁଥିବା ବେଳେ ଭାରତ ଏହାର ଅଧିକ ନିକଟତର ହେଉଛି ବୋଲି ସୋନିଆ ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି, “ଇରାନ ବିରୁଦ୍ଧରେ ଇସ୍ରାଏଲର ଯୁଦ୍ଧ ଏବଂ ଏହାର ଶୀର୍ଷ ରାଜନୈତିକ ନେତାଙ୍କ ହତ୍ୟାର ଠିକ୍ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲ ଗସ୍ତ ଇତିହାସରେ ଏକ ଆଶ୍ଚର୍ଯ୍ୟଜନକ ରଣନୈତିକ ନିଷ୍ପତ୍ତି ଭାବେ ଲିପିବଦ୍ଧ ହେବ।” ଦେଶର ରଣନୈତିକ ସ୍ୱାର୍ଥ ଓ ନୈତିକତାକୁ ବଳିଦାନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ନେତାନ୍ୟାହୁଙ୍କ ବ୍ୟକ୍ତିଗତ ବନ୍ଧୁତା ବ୍ୟତୀତ ଭାରତ କିଛି ପାଇନାହିଁ ବୋଲି ସେ କହିଛନ୍ତି।

Smt. Sonia Gandhi takes oath as the Rajya Sabha MP from Rajasthan

ଗାଜାରେ ଜାରି ରହିଥିବା ମାନବିକ ସଙ୍କଟ ଉପରେ କେନ୍ଦ୍ର ସରକାରଙ୍କ ଚୁପ୍ ରହିବାକୁ ସୋନିଆ ତୀବ୍ର ସମାଲୋଚନା କରିଛନ୍ତି। ପାଲେଷ୍ଟାଇନ ପ୍ରତି ଭାରତର ପାରମ୍ପରିକ ସମର୍ଥନ ରହିଆସିଛି ଏବଂ ବର୍ତ୍ତମାନର ନୀରବତା ଭାରତର ଆନ୍ତର୍ଜାତୀୟ ପ୍ରତିଛବି ଓ ନେତୃତ୍ୱକୁ ପ୍ରଭାବିତ କରିବ।

ସୋନିଆ ଗାନ୍ଧୀ କହିଛନ୍ତି ଯେ ଭାରତ ପାଲେଷ୍ଟାଇନ, ଇରାନ ଏବଂ ସମଗ୍ର ମଧ୍ୟପ୍ରାଚ୍ୟରେ ଥିବା ନିଜର ଦୀର୍ଘକାଳୀନ ସହଯୋଗୀଙ୍କଠାରୁ ନିଜକୁ ଦୂରେଇ ରଖିଛି। ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଭାରତ ଆନ୍ତର୍ଜାତୀୟ ଆଇନ ଏବଂ ମାନବାଧିକାର ସପକ୍ଷରେ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରୁ। ଏଥିସହ ଗାଜାରେ ତୁରନ୍ତ ଯୁଦ୍ଧବିରତି ଓ ମାନବିକ ସହାୟତା ପ୍ରଦାନ ପାଇଁ ଭାରତ ବିଶ୍ୱ ମଞ୍ଚରେ ନ୍ୟାୟ, ଶାନ୍ତି ଏବଂ ମାନବିକତା ସପକ୍ଷରେ ଖୋଲାଖୋଲି ସ୍ୱର ଉତ୍ତୋଳନ କରିବା ଉଚିତ।