IPL 2027 ନେଇ BCCIର ବଡ଼ ଘୋଷଣା ! ଗରମ ପାଇଁ ବଦଳିଲା ପ୍ଲାନ୍

IPL ୨୦୨୭କୁ ନେଇ ବିସିସିଆଇ ବଡ଼ ଯୋଜନା ପ୍ରକାଶ କରିଛି। ୨୦ତମ ସିଜିନ୍ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ଆରମ୍ଭ ହୋଇପାରେ। ବିସିସିଆଇ ମାର୍ଚ୍ଚ ୧୦ରୁ ମଇ ୧୫ ମଧ୍ୟରେ ଆଇପିଏଲ୍ ୨୦୨୭ ଆୟୋଜନ କରିବାକୁ ଯୋଜନା କରୁଛି।

BCCI continues to show steady financial growth

ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କ କହିବା ଅନୁସାରେ, ଖେଳାଳିମାନଙ୍କୁ ଅତ୍ୟଧିକ ଗରମ ଓ ପ୍ରଚଣ୍ଡ ସୂର୍ଯ୍ୟକିରଣରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ମଇ ମାସ ମଧ୍ୟଭାଗ ପରେ ଦେଶର ଅନେକ ସ୍ଥାନରେ ଗରମ ଅଧିକ ବଢ଼ିଯାଏ, ଯାହା ଖେଳାଳିଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରେ।

BCCI announce changes to Indian cricket domestic structure | Cricbuzz.com

ଅନ୍ୟପଟେ, IPL ୨୦୨୭ରେ ମ୍ୟାଚ୍ ସଂଖ୍ୟା ବୃଦ୍ଧି ହେବ ବୋଲି ଚାଲିଥିବା ଚର୍ଚ୍ଚାକୁ ବିସିସିଆଇ ଖଣ୍ଡନ କରିଛି। ବୋର୍ଡ ସ୍ପଷ୍ଟ କରିଛି ଯେ ପରବର୍ତ୍ତୀ ସିଜିନ୍‌ରେ ମଧ୍ୟ ୭୪ଟି ମ୍ୟାଚ୍ ହିଁ ଖେଳାଯିବ। ୯୪ଟି ମ୍ୟାଚ୍ ହେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ବର୍ତ୍ତମାନ ପାଇଁ ସେପରି କୌଣସି ଯୋଜନା ନାହିଁ।

BCCI announces schedule for TATA IPL 2025 | IPLT20

ତେଣୁ IPL ପ୍ରେମୀଙ୍କ ପାଇଁ ବଡ଼ ଖବର ହେଉଛି, IPL ୨୦୨୭ ଶୀଘ୍ର ଆରମ୍ଭ ହୋଇପାରେ, କିନ୍ତୁ ମ୍ୟାଚ୍ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେବ ନାହିଁ।