ଶ୍ରମିକ ଦିବସ ଅବସରରେ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଟଣୀରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଉତ୍କଳ ଶ୍ରମିକ ସଂଗଠନ ଓ ସିଟି କେୟାର ହସ୍ପିଟାଲ ମିଳିତ ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ଶ୍ରମିକ ମାନେ ନିଜର ଶ୍ରମ ପ୍ରଦାନ କରୁଥିବା ବେଳେ ଆଜିର ଦିନରେ ରକ୍ତଦାନ ଭଳି ଏକ ମହତ୍ ଦାନ କରି ସମାଜକୁ ଏକ ନିଆରା ବାର୍ତ୍ତା ପ୍ରଦାନ କରିଛନ୍ତି । ବର୍ତ୍ତମାନ ସମୟରେ ଶ୍ରମିକ ମାନଙ୍କର ସମସ୍ଯା ବଢିବାରେ ଲାଗିଛି, ଦିନକୁ ଦିନ ବାହାର ରାଜ୍ୟର ଶ୍ରମିକ ସେମାନଙ୍କ ର ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛନ୍ତି ଯାହାକୁ ନେଇ ଆଗାମୀ ଦିନରେ ଉତ୍କଳ ଶ୍ରମିକ ସଂଗଠନ ରାଜ୍ଯ ସରକାରଙ୍କ ନିକଟରେ ଦାବି ରଖିବା ସହିତ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଖୋଲା ଚେତାବନୀ ଦେଇଛନ୍ତି । ଏହି ଅବସରରେ ସିଟି କେୟାର ହସ୍ପିଟାଲ ର କର୍ମଚାରୀ ଓ ଉତ୍କଳ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ସହୋଯାଗ ରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।