ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ । ଫାଇନ୍ ଗଣିବେ ରିୟାନ ପରାଗ । ଭେପିଂ ସ୍କାଣ୍ଡାଲରେ ରାଜସ୍ଥାନ ରୟାଲସ୍ ଅଧିନାୟକ ରିୟାନ ପରାଗଙ୍କ ବିରୋଧରେ ବିସିସିଆଇ କଠୋର କାର୍ଯ୍ୟାନୁଷ୍ଠାନ । ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣିଥିବାରୁ କଡା କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ । ରାଜସ୍ଥାନ ରୟାଲ୍ସ ଅଧିନାୟକ ରିଆନଙ୍କ ଭିଡିଓ ଭାଇରଲ ପରେ ତାଙ୍କ ବିରୋଧରେ ଆକ୍ସନ୍ ନିଆଯାଇଛି । ବିସିସିଆଇ ତାଙ୍କ ଉପରେ ୨୫ ପ୍ରତିଶତ ଜୋରିମାନା ଲଗାଇଛି। ମ୍ୟାଚ୍ ସମୟରେ ଡ୍ରେସିଂ ରୁମରେ ପରାଗ ଭେପିଂ ବା ଇ-ସିଗାରେଟ୍ ଟାଣୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଲେଭେଲ-୧ ଅପରାଧ ଅନୁଯାୟୀ ବିସିସିଆଇ ପରାଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହୋଇଥିଲା । ରିୟାନଙ୍କ ଏଭଳି ବ୍ୟବହାରକୁ ଫ୍ୟାନ୍ସ ଖେଳପ୍ରତି ବେପରୁଆ ମନୋଭାବ ବୋଲି କହିଥିଲେ । ଭିଡିଓ ଭାଇରଲ ପରେ ବିସିସିଆଇ ଆକ୍ସନ ନେଇଛି । ପରାଗଙ୍କ ବିରୋଧରେ ବିସିସିଆଇର ଆଭ୍ୟନ୍ତରୀଣ ଶୃଙ୍ଖଳା କମିଟି ଆକ୍ସନ ନେଇଛି । ତାଙ୍କର ମ୍ୟାଚ୍ ଫି’ର ୨୫ ପ୍ରତିଶତ କଟାଯାଇଛି । ବିସିସିଆଇର ଶୃଙ୍ଖଳା ନିୟମ ଅନୁସାରେ ସେ ନିୟମ ୨.୨୧କୁ ଉଲ୍ଲଙ୍ଘନ କରିଛନ୍ତି । ଯାହା ଖେଳାଳିଙ୍କ ସମସ୍ତ ଆଚରଣ ବାବଦରେ ଉଲ୍ଲେଖ କରିଥାଏ । ଏହାସହିତ ଏକ ଡିମେରିଟ୍ ପଏଣ୍ଟ ମିଳିଛି ।