ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଦଳର ୪୭ତମ ପ୍ରତିଷ୍ଠା ଦିବସ ପାଳନ

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା ମହୋତ୍ସବ ପଡିଆରେ ଧର୍ମଶାଳା ବିଜେପି ପକ୍ଷରୁ ଦଳର ୪୭ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା  ସଭାନେତ୍ରୀ ଦେବଯାନୀ ପ୍ରଧାନ ଓ ସମାଜସେବୀ ମିନତୀ ସାହୁ ଯୋଗ ଦେଇଥିବା ବେଳେ, ନିର୍ବାଚନ ମଣ୍ଡଳୀ ର ସମସ୍ତ ମଣ୍ଡଳ ସଭାପତି,ଯାଜପୁର ଜିଲ୍ଲା ପୂର୍ବତନ ସାଂସଦ ରିତା ତରାଇ, ଧର୍ମଶାଳା ବ୍ଲକ ଅଧକ୍ଷ ଓ ଉପାଧ୍ୟକ୍ଷ  ଉପସ୍ଥିତ ରେ ହଜାର ହଜାର ବିଜେପି କର୍ମୀ ଯୋଗଦେଇଥିଲେ I କାର୍ଯ୍ୟକ୍ରମରେ  ପ୍ରତିଷ୍ଠା ଦିବସ ଅବସରରେ ଦଳର ଉନ୍ନତି, ସଂଗଠନର ସୁଦୃଢତା ଓ ଭବିଷ୍ୟତ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଜେପି ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଆଚାର ବିଚାର ରେ ଦେଶ ଗଢିବା ରେ ଆଗେଇ ଆସିବା ସହ ସମୃଦ୍ଧ ଭାରତବର୍ଷ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ I ସେହିପରି ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।