ପାରଳାଖେମୁଣ୍ଡି ଉପ କାରାଗାର ପକ୍ଷରୁ ପବିତ୍ର ଶ୍ରୀରାମନବମୀ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପ କାରାଗାର ପକ୍ଷରୁ ପବିତ୍ର ଶ୍ରୀ ରାମ ନବମୀ ପାଳିତ ହୋଇ ଯାଇଛି। ଉପ କାରାଗାର ପରିସର ମଧ୍ୟରେ ଥିବା ହନୁମାନ ମନ୍ଦିରରେ 108 ହନୁମାନ ଚାଳିଶା ପାଠ, ବିଶ୍ୱ କଲ୍ୟାଣ ନିମନ୍ତେ ହୋମ ଶାନ୍ତି ଯଜ୍ଞ କାର୍ଯ୍ୟକ୍ରମ ସହ  ରାମ ନବମୀ  ପାଳନ ହୋଇ ଯାଇଛି।ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି। ଉପ କାରାଗାର ପରିସର ଏକ ଅଧ।ତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଉପ କାରାଗାର ଅଧିକାରୀ କାମାକ୍ଷୀ ପ୍ରସାଦ ପତିଙ୍କ ସମେତ ଉପ କାରାଗାରର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।