ହୋଲି ଏବଂ ଦୋଳ ସ୍ପେଶାଲ ହେବ ଚତୁର୍ଥ ପଥ ମହୋତ୍ସବ…

ଜଟଣୀରେ ହେବାକୁ ଥିବା “ଚତୁର୍ଥ ପଥ ଉତ୍ସବ” ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଶ୍ରୀଯୁକ୍ତ ବିଜୁ ଛୋଟରାୟ ନେତୃତ୍ୱରେ ଏବଂ ଡଃ ରୁଷି ପଟ୍ଟନାୟକଙ୍କ ସଂଯୋଜନାରେ ଜଟଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ,ଅନୁଷ୍ଠିତ ହୋଇଯାଇଛି। ଏବେ ଚାରିଆଡ଼େ ଦୋଳ ମେଲଣ ଚାଲିଛି ଆଉ ରଙ୍ଗର ଅବିର ଖେଳ ହଉଚି ତେଣୁ,ତାକୁ ଆଖି ଆଗରେ ରଖି ଜଟଣୀ ବାସୀଙ୍କୁ ସେହିଭଳି ଲାଗିଲା ଭଳି ଚତୁର୍ଥ ପଥ ଉତ୍ସବ ପାଳନ କରାଯିବ ତା ସାଙ୍ଗକୁ ହୋଲି ର ପାଣି ସ୍ପ୍ରେ କରାଯିବ ବୋଲି  ଅଭିନେତା ତଥା ପଥ ଉତ୍ସବ ମୁଖ୍ୟ ଆବାହକ ଡଃ ରୁଷି ପଟ୍ଟନାୟକ କହିଛନ୍ତି। ପ୍ରଥମ, ଦିତୀୟ, ତୃତୀୟ ପଥ ଉତ୍ସବ ସଫଳତାର ସହିତ ସରିଥିବା ବେଳେ ଚତୁର୍ଥ ମହୋତ୍ସବ କିପରି ଭାବରେ ଶୃଙ୍ଖଳାର ସହ ଶେଷ ହେବ ସେଥିପାଇଁ ସମସ୍ତ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।