ଛୁଆ ଚୋର ସନ୍ଦେହରେ ପିଟିପିଟି ଯୁବକଙ୍କ ଜୀବନ ନେଲେ

ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ  ନିସ୍ତୁକ ମାଡ଼ ମାରିବା ଫଳରେ ଯୁବକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ ମୋରଡା ଥାନା ଅନ୍ତର୍ଗତ ଡେଙ୍ଗାଶୋଳ ଲୋଧା ସାହି ନିକଟରେ ଚାରିଜଣ ଯୁବକ ଏକ ପିଲାକୁ ଚୋରି କରିବାକୁ ଉଦ୍ୟମ କରୁଥିବା ଗୁଜବ ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଦେଖି ଉକ୍ତ ଚାରି ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ।  ଗାଁ ଲୋକେ ଜଣେ ହିନ୍ଦୀ ଭାଷୀ ଲୋକ କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ପରେ କୌଣସି ସୂତ୍ରରୁ ଖବର ପାଇ  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରମାଇଲ ସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକ ଜଣକ ମୃତ୍ୟୁବରଣ କରିଛନ୍ତି। ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । କିନ୍ତୁ ତାଙ୍କ ପରିଚୟ ମିଳିପାରିନାହିଁ ବୋଲି ମୋରଡା ପୋଲିସ କହିଛି।