ନୂଆଦିଲ୍ଲୀ: ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି । ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସଏସ)ର ଐତିହାସିକ ମହାକାଶ ମିଶନ ଯାତ୍ରା ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ବାୟୁ ସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ଶୁଭାଂଶୁଙ୍କୁ ସମ୍ମାନିତ କରାଯାଇଛି ।

ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ସାମରିକ ସମ୍ମାନ ଅଶୋକ ଚକ୍ର । ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଜୁନ ୨୦୨୫ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପରିଦର୍ଶନରେ ପ୍ରଥମ ଭାରତୀୟ ହୋଇ ଇତିହାସ ସୃଷ୍ଟି କରିଥିଲେ । ସେ ଆକ୍ସିଅମ-୪ ମିଶନର ଅଂଶ ଥିଲେ, ରାକେଶ ଶର୍ମାଙ୍କ ୧୯୮୪ ମିଶନର ୪୧ ବର୍ଷ ପରେ ସେ ମହାକାଶ ଯାତ୍ରା କରିଥିବା ଦ୍ୱିତୀୟ ଭାରତୀୟ ଥିଲେ । ମହାକାଶରେ ତାଙ୍କର ସଫଳତା ବ୍ୟତୀତ, ଶୁକ୍ଲା ଜଣେ ଲଢୁଆ ପାଇଲଟ । ୨,୦୦୦ ଘଣ୍ଟାରୁ ଅଧିକ ଉଡାଣ ଅଭିଜ୍ଞତା ରହିଛି । ସେ ଏସୟୁ-୩୦, ମିଗ-୨୧, ମିଗ-୨୯, ଜାଗୁଆର, ହକ, ଡୋର୍ନିଅର, ଆନ-୩୨ ସମେତ ବିଭିନ୍ନ ପ୍ରକାର ବିମାନ ଚଳାଇଛନ୍ତି । ଯାହା ବାୟୁସେନାରେ ଏକ ଅସାଧାରଣ ବୃତ୍ତିଗତ ରେକର୍ଡ ପ୍ରଦର୍ଶନ କରିଛି ।