ସାମ୍ନାକୁ ଆସିଲା ତାରିଖ, ଏହି ଦିନ ରିଲିଜ୍ ହେବ ଶାହରୁଖ ଖାନଙ୍କ ‘କିଙ୍ଗ’

ମୁମ୍ବାଇ: ଶାହରୁଖ ଖାନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ଧରି ଯାହାକୁ ଅପେକ୍ଷା କରିଥିଲେ ପ୍ରଶଂସକମାନେ ଶେଷରେ ସେହି ମୁହୂର୍ତ୍ତ ଆସିଯାଇଛି । ବଲିଉଡ୍‌ର ‘କିଙ୍ଗ୍ ଖାନ୍’ ନିଜର ଆଗାମୀ ଫିଲ୍ମ ‘କିଙ୍ଗ’ ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଶନିବାର ଦିନ ଶାହରୁଖ ଇନ୍‌ଷ୍ଟାଗ୍ରାମରେ ଏକ ଜବରଦସ୍ତ ଟିଜର୍ ଭିଡିଓ ସେୟାର୍ କରି ଏହି ସୂଚନା ଦେଇଛନ୍ତି। ଭିଡିଓରେ ଶାହରୁଖ ଖାନଙ୍କ ଏକ୍ସନ୍ ଅବତାର ଦେଖି ଫ୍ୟାନ୍‌ମାନଙ୍କ ଉତ୍ସାହ ଦୁଇଗୁଣ ହୋଇଯାଇଛି। ଟିଜର୍‌ରେ ସେ ଏକ ଡାୟଲଗ୍ କହୁଥିବା ଦେଖାଯାଉଛନ୍ତି, “ଡର୍ ନୁହେଁ, ଦହଶତ୍ ହୁଁ।”

ତେବେ ‘କିଙ୍ଗ’ ଫିଲ୍ମରେ ଅଭିଷେକ୍ ବଚ୍ଚନ ମୁଖ୍ୟ ଭିଲେନ୍ ଭୂମିକାରେ ନଜର ଆସିବେ। ସେମାନଙ୍କ ସହ ଦୀପିକା ପାଦୁକୋନ, ରାଣୀ ମୁଖାର୍ଜୀ, ଜୟଦୀପ ଆହ୍ଲାୱତ୍, ରାଘବ ଜୁୟାଲ୍, ଜ୍ୟାକି ଶ୍ରଫ୍, ଅର୍ଶଦ୍ ୱାର୍ସି, ଅନିଲ କପୁର ଓ ଅଭୟ ବର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି। ୨୦୨୩ରେ ଶାହରୁଖଙ୍କ ବ୍ଲକବଷ୍ଟର୍ ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘କିଙ୍ଗ’ ଫିଲ୍ମର ଡାଇରେକ୍ସନ୍ ଦାୟିତ୍ୱ ନେଇଛନ୍ତି। ଶାହରୁଖଙ୍କ ଶେଷ ଫିଲ୍ମ ‘ଡଙ୍କି’ ଡିସେମ୍ବର ୨୦୨୩ରେ ରିଲିଜ୍ ହୋଇଥିଲା। ଦୀର୍ଘ ଦିନର ବିରତି ପରେ ‘କିଙ୍ଗ’ ନେଇ ଶାହରୁଖ ଓ ତାଙ୍କ ଫ୍ୟାନ୍‌ମାନଙ୍କ ଆଶା ଖୁବ ଉଚ୍ଚରେ ରହିଛି।