ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ପରେ, ଅଭିଯୁକ୍ତ ବାପିନି ସାବତଙ୍କୁ ଗିରଫ କଲା ପୋଲିସ। ସୂଚନା ଅନୁଶାରେ, ପୀଡିତା ଜଣଙ୍କ ବୁଦ୍ଧନଗରରେ ଏକ ଭଡ଼ା ଘରେ ରହୁଥିଲେ । ସେଠାରେ ଅଭିଯୁକ୍ତ ଵାପିନି ସାବତ ସହ ଲିଭ-ଇନରେ ଥିଲେ । ଯେଉଁଠାରେ ତାଙ୍କ ବିନା ଇଛାରେ ତାଙ୍କ ସହ ଵାପିନି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏବଂ ଅଭିଯୋଗ ପାଇବା ପରେ ଵାପିନିକୁ ଗିରଫ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ । ଅଭିଯୁକ୍ତ ଵାପିନି ଘର, ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳରେ ବୋଲି ଜଣାପଡିଛି ।