ଭୁବନେଶ୍ଵର: ଭୁବନେଶ୍ବର ସତ୍ଯ ବିହାର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ। ଚାହୁଁ ଚାହୁଁ ଆଖି ପିଛୁଳାକେ ଲାଗିଲା ନିଆଁ। ଆପାର୍ଟମେଣ୍ଟ ଦେଖି ଛାନିଆ ହୋଇଗଲେ ଲୋକେ । ସୂଚନାଯୋଗ୍ଯ ଯେ କିଛି ଦିନ ଆଗରୁ ଭୁବନେଶ୍ବରରେ ଥିବା ସତ୍ଯବିହାର ଅଞ୍ଚଳରେ ଏକ ବାରରେ ଭୟଙ୍କର ଅଗ୍ନିକାଣ୍ଡ ସାମ୍ନାକୁ ଆସିଥିଲା। ନିଆଁ ଏତେ ମାତ୍ରାରେ ବ୍ଯାପିଥିଲା ଯେ ସବୁ କିଛି ଛାରଖାର କରିଦେଇଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ କିଛି ଅନେକ କିଛି ଜଳି ଯାଇଥିଲା। ସୂଚନାଯୋଗ୍ଯ ଯେ ଆଜି ମଧ୍ୟ ଭୁବନେଶ୍ବରର ସତ୍ଯବିହାର ସ୍ଥିତ ଏକ ଆପାର୍ଟମେଣ୍ଟରେ କୌଣସି କାରଣରୁ ନିଆଁ ଲାଗିଥିଲା।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଘନ ଧୂଆଁ ବ୍ୟାପିବାରୁ ଅନେକ ପରିବାରକୁ ସ୍ଥାନାନ୍ତର କରିବାକୁ ପଡିଥିଲା। ଆବାସିକ କମ୍ପ୍ଲେକ୍ସରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ହୋଇନାହିଁ ବୋଲି ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ,। ଅଧିକ ତଦନ୍ତ ଜାରି ରହିଛି।