ବିଜୟ ହଜାରେ ଟ୍ରଫିର ଓଡ଼ିଆ ପୁଅ ସ୍ବସ୍ତିକ ସାମଲଙ୍କ ଦ୍ବିଶତକ, ୧୬୯ ବଲ୍‌ରୁ ୨୧୨ ରନ୍‌

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିର ଓଡ଼ିଆ ପୁଅ ସ୍ବସ୍ତିକ ସାମଲଙ୍କ ଦ୍ବିଶତକ । ସୌରାଷ୍ଟ୍ର ବିପକ୍ଷରେ ସ୍ବସ୍ତିକଙ୍କ ବିସ୍ଫୋରକ ଦ୍ବିଶତକ । ୨୧ଟି ଚୌକା, ୮ଟି ଛକା ଜରିଆରେ ୧୬୯ ବଲ୍‌ରୁ ୨୧୨ ରନ୍‌ । ଅଧିନାୟକ ବିପ୍ଲବ ସାମନ୍ତରାୟଙ୍କ ଶତକ । ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୬ ୱିକେଟ୍‌ରେ ୩୪୫ ।

ବିଜୟ ହଜାରେ ଟ୍ରଫି ୨୦୨୫-୨୬ର ପ୍ରଥମ ମ୍ୟାଚରେ ବିହାର ବ୍ୟାଟରଙ୍କ କରିସ୍ମା ଦେଖିବାକୁ ମିଳିଛି। ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଖେଳିଛନ୍ତି ବିଧ୍ଵଂସୀ ଇନିଂସ। ବିହାର ବିଜୟ ହଜାରେ ଟ୍ରଫିର ପ୍ଲେଟ ଗ୍ରୁପ ମ୍ୟାଚରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ନିଜର ପ୍ରଥମ ମ୍ୟାଚରେ ବିହାର ୫ ଦଶନ୍ଧିର ଲିଷ୍ଟ ଏ କ୍ରିକେଟ୍ ଇତିହାସରେ ସବୁଠୁ ବଡ ସ୍କୋର କରିଛି। ଦଳ ଅରୁଣାଚଳ ପ୍ରଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ୍ ହରାଇ ୫୭୪ ରନ କରିଛି । ଏହି ଇନିଂସରେ ତିନି ଜଣ ବ୍ୟାଟର ଶତକ ହାସଲ କରିଛନ୍ତି ।

ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବିହାର। ୪୩ ବଲରେ ୩୩ ରନ କରି ଆଉଟ୍ ହୋଇଥିଲେ ମଙ୍ଗଲ ମନୋହର । ସେହି ସମୟରେ ଦଳର ସ୍କୋର ଥିଲା ୧୫୮ ରନ । ଆଉ ସେତେବେଳକୁ ବୈଭବ ସୂର୍ଯ୍ୟବଂଶୀ ନିଜର ଶତକ ପୂରଣ କରି ସାରିଥିଲେ । ବୈଭବ ୮୪ ବଲରେ ୧୬ ଚୌକା ଓ ୧୫ ଛକା ସହ ୧୯୦ ରନର ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି । ନମ୍ବର ୩ରେ ବ୍ୟାଟିଂ କରିଥିବା ପୀୟୂଷ ସିଂ ବିସ୍ପୋରକ ବ୍ୟାଟିଂ କରି ୬୬ ବଲରେ ୭ ଚୌକା ଓ ୨ ଛକା ସହ ୭୭ ରନ କରିଥିଲେ। ଓ୍ଵିକେଟ୍ କିପର ଆୟୁଷ ଲୋହାରୁକ ୫୬ ବଲରୁ ୧୧୬ ରନର ଶତକୀୟ ଇନିଂସ ଖେଳିଛନ୍ତି । ଏହି ଇନିଂସରେ ତୃତୀୟ ଶତକ ଅଧିନାୟକ ସକିବୁଲ ଗନି ହାସଲ କରିଛନ୍ତି । ସେ ୪୦ ବଲରୁ ୧୦ ଚୌକା ଓ ୧୨ ଛକା ସହ ୧୨୮ ରନର ଧୁଆଁଧାର ଇନିଂସ ଖେଳିଥିଲେ ।