MVI ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ : ପରିବହନ କମିଶନର ଅମିତାଭ ଠାକୁର

ଭୁବନେଶ୍ଵର: ଜାନୁଆରୀ ୧ ତାରିଖରୁ ହେବ ଜୋରଦାର ଗାଡ଼ି ଚେକିଂ । ଏନେଇ ସୂଚନା ଦେଲେ ପରିବହନ କମିଶନର ଅମିତାଭ ଠାକୁର । MVI ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି । ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା କରିଛୁ । PUC ସାର୍ଟିଫିକେଟ ବାବଦରେ ଆଉଟଲେଟ୍‌ରେ ଲେଖିବାକୁ କହିଛୁ । PUC କରାଇବାକୁ ସେମାନେ ଆଉଟ୍‌ଲେଟ୍‌ରେ ଲେଖିବେ । ଏବେବି ସମୟ ଅଛି, PUC ସାର୍ଟିଫିକେଟ କରାଇ ନିଅନ୍ତୁ ବୋଲି କହିଛନ୍ତି ପରିବହନ କମିଶନର ।

ଗାଡ଼ିର ପିୟୁସିକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ପରେ ଏବେ ଗାଡ଼ି ମାଲିକଙ୍କ ଭିତରେ ଛନକା। କାରଣ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଟାଙ୍କିରେ ତେଲ ମିଳିବ ନାହିଁ। ତୈଳ ବିକ୍ରୟକାରୀ କମ୍ପାନୀଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଚିଠି ଲେଖିବା ପରେ ତତ୍ପର ଗାଡି ମାଲିକ । ଭ୍ୟାଲିଡ୍ ପଲ୍ୟୁସନ୍‌ ସାର୍ଟିଫିକେଟ ନଥିଲେ ମିଳିବନି ପେଟ୍ରୋଲ। ସରକାରଙ୍କ ଏଭଳି ଘୋଷଣା ପରେ ଏବେ ପଲ୍ୟୁସନ ସାର୍ଟିଫିକେଟ୍ ନେବାକୁ ଲୋକଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳୁଛି। ଯେଉଁ ଗାଡ଼ି ଚାଳକ ନିଜ ଗାଡ଼ିର ପ୍ରଦୂଷଣ ମାତ୍ରା ଚେକ୍‌ କରିନଥିଲେ। ଏବେ ତାଙ୍କୁ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଗାଡ଼ି ଚେକ୍‌ କରାଉଥିବା ଦେଖିବାକୁ ମିଳୁଛି। ଶନିବାର ସରକାରଙ୍କ ଘୋଷଣା ପରେ ପରେ ରବିବାର ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଗାଡି ଗୁଡିକର ଲାଗୁଚି ଲମ୍ବା ଲାଇନ୍। ଦୁଇ ଚକିଆରୁ ଭାରୀଯାନ ଗୁଡିକର ଲମ୍ବା ଧାଡି ଦେଖିବାକୁ ମିଳିଛି ।