ଅମ୍ବାନୀ ଘର ଉପରେ CBI ନଜର, ଦୁର୍ନିତୀ ମାମଲାରେ ଅନମୋଲଙ୍କ ବିରୋଧରେ ରୁଜୁ ହେଲା ସିବିଆଇ ମାମଲା

ନୂଆଦିଲ୍ଲୀ:  ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ନାମ ୨୨୮ କୋଟି ଟଙ୍କାର ବ୍ୟାଙ୍କିଙ୍ଗ ଦୁର୍ନୀତ ସମ୍ପର୍କିତ ମାମଲାରେ ସାମ୍ନାକୁ ଆସିଛି। ସିବିଆଇ ରିଲାଏନ୍ସ ହାଉସିଂ ଫାଇନାନ୍ସ ଲିମିଟେଡ (ଆରଏଚଏଫଏଲ) ମାମଲାରେ ଅପରାଧିକ ମୋକଦ୍ଦମା ରୁଜୁ କରିଛି। ଅନିଲ ଅମ୍ବାନୀଙ୍କ ପୁଅଙ୍କ ନାମରେ ଏତଲା ହେବାର ଏହା ପ୍ରଥମ ଘଟଣା। ଅଭିଯୋଗରେ ଆରୋପ ଲଗାଯାଇଛି ଯେ କମ୍ପାନୀଦ୍ୱାରା କରାଯାଇଥିବା ଅନିୟମିତତା କାରଣରୁ ବ୍ୟାଙ୍କକୁ ୨୨୮.୦୬କୋଟି ଟଙ୍କାର କ୍ଷତି ହୋଇଛି। ଜୟ ଅନମୋଲ ଅମ୍ବାନୀ ଓ ଅନ୍ୟ ଅଜ୍ଞାତ ଲୋକଙ୍କ ବିରୋଧରେ ରୁଜୁ ହୋଇଛି।

ଜୟ ଅନମୋଲ ଅନିଲ ଅମ୍ବାନୀ ଏବଂ ରବୀନ୍ଦ୍ର ଶରଦ ସୁଧାକର ଦୁହେଁ ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ବା RHFLରେ ନିର୍ଦ୍ଦେଶକ ରହିଛନ୍ତି। ଏଣୁ ଦୁଇ ଜଣଙ୍କ ନାମରେ CBI ଆଗରେ କେସ ଫାଇଲ କରିଛି ବ୍ଯାଙ୍କ।ବ୍ଯାଙ୍କର SCF ବ୍ରାଞ୍ଚରୁ କମ୍ପାନୀ 450 କୋଟି ଟଙ୍କା ବିଜନେସ ପାଇଁ ନେଇଥିଲା ଏହି କମ୍ପାନୀ। ଏହା ବଦଳରେ ସୁଧ ସହ ଠିକ ସମୟରେ ଟଙ୍କା ଦେବା ପାଇଁ କମ୍ପାନୀକୁ ବ୍ଯାଙ୍କ ତରଫରୁ ସୂଚନା ଦିଆଯାଇଥିଲା। ମାତ୍ର କମ୍ପାନୀ ତରରଫୁ ଇନଷ୍ଟଲମେଣ୍ଟ ଠିକ ସମୟରେ ଦେବା ସମ୍ଭବ ହୋଇନଥିଲା। ଯେଉଁଥିପାଇଁ କି ଏହି ଆକାଉଣ୍ଟକୁ ଏକ NPA ବା ନନ ପରଫର୍ମିଙ୍ଗ ଆସେଟ ବୋଲି ଘୋଷଣା କରାଯାଇଥିଲା।

ଗ୍ରାଣ୍ଟ ଥରଣ୍ଟନ (GT) ଦ୍ୱାରା ଏପ୍ରିଲ ୧, ୨୦୧୬ ରୁ ୩୦ ଜୁନ୍, ୨୦୧୯ ପର୍ଯ୍ୟନ୍ତ ସମୀକ୍ଷା ଅବଧି ପାଇଁ ଆକାଉଣ୍ଟଗୁଡ଼ିକର ଏକ ଫୋରେନସିକ୍ ପରୀକ୍ଷା କରାଯାଇଥିଲା, ଯାହା ଦର୍ଶାଇଥିଲା ଯେ ଋଣ ନିଆଯାଇଥିବା ପାଣ୍ଠିକୁ ଭୁଲ ଭାବରେ ବଣ୍ଟନ କରାଯାଇଥିଲା ଏବଂ ପାଣ୍ଠିର ଅନ୍ୟତ୍ର ବ୍ୟବହାର କରାଯାଉଛି। ଋଣଗ୍ରହୀତା କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ଭାବରେ ଅଭିଯୁକ୍ତ ବ୍ୟକ୍ତିମାନେ ଆକାଉଣ୍ଟରେ ହେରଫେର ଏବଂ ଅପରାଧିକ ବିଶ୍ୱାସ ଭଙ୍ଗ ମାଧ୍ୟମରେ ଠକେଇ କରି ପାଣ୍ଠିର ଅପବ୍ୟବହାର କରିଥିଲେ ଏବଂ ଯେଉଁ ଉଦ୍ଦେଶ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ତାହା ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ପାଣ୍ଠିକୁ ସ୍ଥାନାନ୍ତର କରିଥିଲେ, ବୋଲି ବ୍ୟାଙ୍କ ଅଭିଯୋଗ କରିଛି।