ଟଳିଲା ସାମାନ୍ୟ ସଙ୍କଟ, ଯାତ୍ରୀଙ୍କୁ ୬୧୦ କୋଟି ଟଙ୍କା ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଯାତ୍ରୀଙ୍କୁ ୬୧୦ କୋଟି ଟଙ୍କା ଫେରାଇଲା ଇଣ୍ଡିଗୋ। ଗତକାଲିଠାରୁ କିଛିକାଂଶରେ ସୁଧାର ଆସିଛି । ସାମାନ୍ୟ ଟଳିଛି ସଂକଟ । ଇଣ୍ଡିଗୋ କହିଛି, ଗତକାଲି ୧୫ଶହ ଫ୍ଲାଇଟ ଉଡ଼ାଣ ଭରିଥିଲା । ଆଜି ସଂଖ୍ୟା ବଢ଼ିବ । ଆଜି ୧୬୫୦ ଫ୍ଲାଇଟ୍ ଅପରେଟ୍ କରିବାକୁ ଯୋଜନା କରିଛି ଏୟାରଲାଇନ୍ସ । ଗତକାଲି ନିର୍ଦ୍ଧାରିତ ସମୟରେ ୭୫ ପ୍ରତିଶତ ବିମାନ ଉଡ଼ାଣ ଭରିଥିବା ଦାବି କରିଛି କମ୍ପାନୀ। ସେହିପରି ଯାତ୍ରୀଙ୍କୁ ୬୧୦ କୋଟି ଟଙ୍କା ଫେରାଇଛି ଇଣ୍ଡିଗୋ । ଟିକେଟ ମୂଲ୍ୟ ଗତକାଲି ରାତି ୮ଟା ସୁଦ୍ଧା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲା ଡିଜିସିଏ । ଅନ୍ୟପଟେ ଡିସେମ୍ବର ୧୫ ପର୍ଯ୍ୟନ୍ତ ମାଗଣା ରିସିଡ୍ୟୁଲ ପାଇଁ ଯାତ୍ରୀଙ୍କୁ ଅଫର ଦେଇଛି ଇଣ୍ଡିଗୋ । ଆଜିକୁ ୭ ଦିନ ହେଲା ସଂକଟ ଦେଇ ଗତି କରୁଛି ଇଣ୍ଡିଗୋ । ପ୍ରତିଦିନ ଶହଶହ ବିମାନ ବାତିଲ ହେବା ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ ।

ଯେଉଁ କମ୍ପାନୀର ବିମାନ ଉପରେ ଦେଶର ଅଧିକାଂଶ ଲୋକ ନିର୍ଭର କରୁଥିଲେ ବର୍ତ୍ତମାନ କୌଣସି କାରଣରୁ ଏକାଧିକ ବିମାନ ଚଳାଚଳ ବନ୍ଦ କରିଛି ଏହି କମ୍ପାନୀ। ଯେଉଁଥିପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି। ଏହାରି ଭିତରେ ଇଣ୍ଡିଗୋ କମ୍ପାନୀ ଲୋକଙ୍କୁ ୮୨୭ କୋଟି ଟଙ୍କା ଫେରାଇଛି। ୯,୦୦୦ ବ୍ୟାଗ ମଧ୍ୟରୁ ପ୍ରାୟ ୪,୫୦୦ ବ୍ୟାଗ ଗ୍ରାହକଙ୍କ ନିକଟରେ ପହଞ୍ଚାଯାଇଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ବାକି ବ୍ୟାଗ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଇଣ୍ଡିଗୋର ପ୍ରତିଦିନ ୨୨୦୦ ବିମାନ ଚଳାଚଳ କରୁଥାଏ। ଯାହା ଉପରେ ଅନେକ ଲୋକ ନିର୍ଭର କରିଥାଆନ୍ତି। ମାତ୍ର ହଠାତ ଏହି କମ୍ପାନୀର ବିମାନ ଚଳାଚଳ ଠପ ହୋଇଯିବାରୁ ଅନେକ ଲୋକଙ୍କୁ ହାଇରାଣ ହେବାକୁ ପଡିଛି। ଇଣ୍ଡିଗୋ କହିଛି ଯେ ଏହାର ପ୍ଯାରେଣ୍ଟ କମ୍ପାନୀ, ଇଣ୍ଟରଗ୍ଲୋବ ଆଭିଏସନ୍ ର ବୋର୍ଡ ଏକ ସଙ୍କଟ ପରିଚାଳନା ଗୋଷ୍ଠୀ (CMG) ଗଠନ କରିଛି, ଯାହା ପରିସ୍ଥିତି ଉପରେ ନଜର ରଖିବା ସହ ସମାଧାନ କରିବା ପାଇଁ ବୈଠକ ଡକାଇ ଆଲୋଚନା କରୁଛି।