ରାଜ୍ୟରେ ଆଉ ନାହିଁ ପଲିଟିକାଲ ପ୍ରୋଟେକ୍ସନ ଲାଇସେନ୍ସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଆଉ ନାହିଁ ପଲିଟିକାଲ ପ୍ରୋଟେକ୍ସନ ଲାଇସେନ୍ସ । ପୋଲିସକୁ ଲାଇସେନ୍ସ ଦିଆଯାଇଛି, ଅପରାଧୀ ମାନେ ସୁଧୁରି ଯାଆନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏନେଇ ବିବୃତି ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ ୫-୧୦ ବର୍ଷ ମଧ୍ୟରେ ନିୟନ୍ତ୍ରଣରେ ନ ଥିଲା ଆଇନ ବ୍ୟବସ୍ଥା । ମହିଳା ହିଂସାରେ ସମଗ୍ର ଦେଶରେ ରାଜ୍ୟ ପ୍ରଥମ ସ୍ଥାନରେ ରହିଥିଲା । ଥାନା ଗୁଡିକ ରାଜନୈତିକ ଦଳର ପାର୍ଟି ଅଫିସ ଭାବେ ବ୍ୟବହାର ହେଉଥିଲା । ପ୍ରଭାବଶାଳୀ ମନ୍ତ୍ରୀଙ୍କ ହତ୍ୟା ପାଇଁ ଥାନାରେ ହେଉଥିଲା ଷଡଯନ୍ତ୍ର । ଚଳିତ ସରକାରରେ ଆଇନ ଶୃଙ୍ଖଳା ପରସ୍ଥିତି ବ୍ୟବସ୍ଥିତ ହୋଇଛି । ନକ୍ସଲ ପ୍ରବଣ ନୂଆପଡ଼ାରେ ସୁରୁଖୁରୁରେ ହେଲା ଉପ ନିର୍ବାଚନ । ମାତ୍ର ୩୭ ଦିନରେ POCSO ଅପରାଧୀଙ୍କୁ ଦଣ୍ଡିତ କରାଯାଇଛି । ୧୫୩୨୬ଟି ନୂତନ ପୋଲିସ ପଦବୀ ସୃଷ୍ଟି କରାଯାଇଛି। ସେହିପରି ୩୫୫୭ ନୂତନ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।