ଘୋଷଣା ହେଲା ସମ୍ମାନଜନକ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ନାମ

ଭୁବନେଶ୍ଵର: ସମ୍ମାନଜନକ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ନାମ ଘୋଷଣା କରାଯାଇଛି । ୩ ବର୍ଷ ପାଇଁ ନାଁ ଘୋଷଣା କଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ । ୨୦୨୩ ପାଇଁ ପ୍ରଣବ କିଶୋର ପଟ୍ଟନାୟକ ଓ ବାଦଲ ଶିକ୍‌ଦାରଙ୍କୁ ସମ୍ମାନ । ସେହିପରି ୨୦୨୪ ପାଇଁ ମୋହିନୀ ମୋହନ ପଟ୍ଟନାୟକ ଓ ସୁଧାକର ସାହୁଙ୍କୁ ସମ୍ମାନ ଏବଂ ୨୦୨୫ ପାଇଁ ଘନଶ୍ୟାମ ପଣ୍ଡା ଓ ଭାଗବତ ପଧାନ ସମ୍ମାନିତ ହୋଇଛନ୍ତି । କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି ।

ଚଳିତ ବର୍ଷ ଲାଗି ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ଘନଶ୍ୟାମ ପଣ୍ଡା ଓ ଭାଗବତ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। ଆଜି ଏକ ଭବ୍ୟ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସମ୍ମାନ ପ୍ରଦାନ କରିଥିଲେ।  ସେହିପରି ୨୦୨୪ ବର୍ଷ ଲାଗି ମୋହିନୀ ମୋହନ ପଟ୍ଟନାୟକ ଓ ସୁଧାକର ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୨୫ ବର୍ଷ ପାଇଁ ଅଭିନରେ ଶତୃଘ୍ନ ମାଟି,  ଲକ୍ଷ୍ମୀପ୍ରଭା ପତି, ଦିଲ୍ଲୀପ କୁମାର ଦାଶଙ୍କୁ ପୁରସ୍କୃତ କରାଯାଇଛି।  ନାଟ୍ୟ ରଚନା ପାଇଁ ପଞ୍ଚାନନ ଦାଶଙ୍କୁ ପୁରସ୍କୃତ କରାଯାଇଥିବା ବେଳେ  ନିର୍ଦ୍ଦେଶନାରେ ସୁଧାଂଶୁ ମୋହନ ଦ୍ୱିବେଦୀ ପୁରସ୍କୃତ ହୋଇଛନ୍ତି ।

କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ – ୨୦୨୫ ପାଇଁ  ସଂଗୀତ କ୍ଷେତ୍ରରେ  ବିଷ୍ଣୁମୋହନ କବି (ସଂଗୀତ) ଓ  ବୈଭବ ଦାଶ (ବାଦ୍ୟ)ଙ୍କୁ ପୁରସ୍କୃତ କରାଯାଇଚି। ସେହିପରି ଏହି ବର୍ଗରେ  ନୃତ୍ୟ  ପାଇଁ  ଅରୂପା ଗାୟତ୍ରୀ ପଣ୍ଡା, (ଓଡ଼ିଶୀ ନୃତ୍ୟ),  ସଚିନ ଧଡ଼ା (ଛଉନୃତ୍ୟ),  ସୁଶାନ୍ତ ବେହେରା (ଛଉନୃତ୍ୟ) ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ  ନାଟକରେ  :  ପ୍ରଜ୍ଞାଦତ୍ତ ସାହୁ (ମଞ୍ଚକଳା),  ଲୋକ କଳା : ଶ୍ରୀ ଚିତ୍ରସେନ ସ୍ୱାଇଁ (ଗୋଟିପୁଅ ନୃତ୍ୟ),  ଶ୍ରୀ ଶ୍ୟାମଘନ ବେହେରା (ଲୋକବାଦ୍ୟ)ଙ୍କୁ ପୁରସ୍କୃତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସମସ୍ତ ନବନିଯୁକ୍ତମାନଙ୍କୁ ନିଷ୍ଠାପରତାର ସହ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିଥିଲେ। ଏଥିସହ ରାଜ୍ୟରେ ଉଚ୍ଚଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦେକ୍ଷପ ସମ୍ବନ୍ଧରେ ଶ୍ରୀ ଅଗ୍ରୱାଲ ଆଲୋକପାତ କରିଥିଲେ।